ଓଡିଶା

odisha

By

Published : Feb 23, 2020, 9:39 PM IST

ETV Bharat / bharat

୧୫ ବର୍ଷରୁ ଫେରାର ଡନ୍‌ ରବି ପୂଜାରୀ ଗିରଫ: ଭାରତକୁ ଫେରାଇବ ଦକ୍ଷିଣ ଆଫ୍ରିକା

ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ ସଫଳତା । ଦୀର୍ଘ ୧୫ ବର୍ଷ ଧରି ଫେରାର ଥିବା ଅଣ୍ଡର ୱାର୍ଲ୍ଡ ଗ୍ୟାଙ୍ଗଷ୍ଟାର ରବି ପୂଜାରୀକୁ ଭାରତ ଅଣାଯାଉଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରୀତୟ ସୁରକ୍ଷା ଏଜେନ୍ସିକୁ ବଡ ସଫଳତା । ଦୀର୍ଘ ଦାର୍ଘ ୧୫ ବର୍ଷ ଧରି ଫେରାର ଥିବା ଅଣ୍ଡର ୱାର୍ଲ୍ଡ ଗ୍ୟାଙ୍ଗଷ୍ଟାର ରବି ପୂଜାରୀକୁ ଭାରତ ଅଣାଯାଉଛି । ଗତ ସପ୍ତାହରେ ରବି ପୂଜାରୀକୁ ଦକ୍ଷିଣ ଆଫ୍ରିକା ସେନେଗଲରୁ ଗିରଫ କରାଯାଇଥିଲା । କର୍ଣ୍ଣାଟକ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ପୁଜାରୀ ଭାରତରେ ଅନେକ ଅପରାଧିକ ମାମଲାରେ ଜଡିତ ରହି ଫେରାର ଥିଲା । ଦୀର୍ଘ 15 ବର୍ଷ ହେବ ସୁରକ୍ଷା ସଂସ୍ଥାଙ୍କ ପାଇଁ ରବି ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଅନେକ ଥର ସେ ଦକ୍ଷିଣ ଆଫ୍ରିକାରୁ ଗିରଫ ହେବା ପରେ ମଧ୍ୟ ବେଲରେ ମୁକୁଳି ଯାଉଥିଲା ।

ଗତ ସପ୍ତାହରେ ଗ୍ୟାଙ୍ଗଷ୍ଟାର ରବି ପୂଜାରୀକୁ ଦକ୍ଷିଣ ଆଫ୍ରିକା ସେନେଗଲରୁ ଗିରଫ ହେବାପରେ ତାକୁ ଭାରତକୁ ପ୍ରତ୍ୟାର୍ପଣ ପାଇଁ ଭାରତୀୟ ସୁରକ୍ଷା ସଂସ୍ଥା ଦକ୍ଷିଣ ଆଫ୍ରିକା ସରକାରଙ୍କ ସହ ଆଲୋଚନା କରିଥିଲେ । ରବିବାର ଦକ୍ଷିଣ ଆଫ୍ରିକାରୁ ଏକ ସ୍ବତନ୍ତ୍ର ଟିମ୍ ଭାରତକୁ ପତ୍ୟାର୍ପଣ ପାଇଁ ଅଣାଯାଉଛି ।

ABOUT THE AUTHOR

...view details