ଓଡିଶା

odisha

By

Published : Oct 2, 2019, 10:31 PM IST

ETV Bharat / bharat

ବ୍ରିଟେନ କୋର୍ଟରୁ ପାକ୍‌କୁ ଶକ୍ତ ଝଟକା: ଭାରତ ଜିତିଲା 300 କୋଟିର ମାମଲା

ୟୁକେ ଅଦାଲତରେ 70 ବର୍ଷ ତଳର ପୁରୁଣା ତଥା 35 ମିଲିୟନ ପାଉଣ୍ଡ (ଭାରତୀୟ ମୂଲ୍ୟ 300 କୋଟି 40 ଲକ୍ଷ) ଟଙ୍କାର ହାଇଦ୍ରାବାଦ ଫଣ୍ଡ ମାମଲାରେ ଭାରତ ସପକ୍ଷରେ ରାୟ ଶୁଣାଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତ ସହ ପଙ୍ଗା ନେଲେ ପରିଣାମ କଣ ହୁଏ ତାହା ପାକିସ୍ତାନ ବୁଝିବାରେ ଲାଗୁଛି । ଋଣ ଭାରରେ ବୁଡି ରହିଥିବା ପାକିସ୍ତାନକୁ ଲାଗିଛି ଅନ୍ତର୍ଜାତୀୟ ଝଟକା । ପରାଜୟର ପରମ ସାଥୀ ପାକିସ୍ତାନକୁ ବ୍ରିଟେନ ଅଦାଲତରେ ଲାଗିଛି ଶକ୍ତ ଆଘାତ । ୟୁକେ ଅଦାଲତରେ 70 ବର୍ଷ ତଳର ପୁରୁଣା ତଥା 35 ମିଲିୟନ ପାଉଣ୍ଡ (ଭାରତୀୟ ମୁଦ୍ରାରେ 300 କୋଟି 40 ଲକ୍ଷ) ଟଙ୍କାର ହାଇଦ୍ରାବାଦ ଫଣ୍ଡ କେସରେ ଭାରତ ସପକ୍ଷରେ ରାୟ ଶୁଣାଇଛନ୍ତି । ଏବେ ବିପୁଳ ପରିମାଣର ଧନରାଶି ଉପରେ ଭାରତର ଅଧିକାର ଥିବା କହିଛନ୍ତି ୟୁକେ କୋର୍ଟ ।

ଅଦାଲତ ପାକିସ୍ତାନର ଦାବିକୁ ଖାରଜ କରି ଏହି ପ୍ରକ୍ରିୟାର ଦୁରୁପଯୋଗ କରିଥିବା କହିଛନ୍ତି । ଅଦାଲତ କହିଛନ୍ତି ଯେ ହାଇଦ୍ରାବଦ ନିଜାମଙ୍କ ଉତ୍ତରାଧିକାରୀଙ୍କ ଓ ଏହାର ଧନ ରାଶି ଉପରେ କେବଳ ଭାରତର ଅଧିକାର ରହିଛି । ଲଣ୍ଡନ କୋର୍ଟରେ ଏହି ମାମଲା ପାକିସ୍ତାନ ସରକାର ବନାମ ଅନ୍ୟ ନାମରେ ରହିଥିଲା । ମାମଲରା ପ୍ରମୁଖ ପକ୍ଷକାର ହାଇଦ୍ରାବଦର ଶେଷ ନିଜାମ ମୀର ଅଲ୍ଲୀ ଖାନଙ୍କ ବଂଶଜ, ଭାରତ ସରକାର ଓ ଭାରତର ରାଷ୍ଟ୍ରପତି ରହିଥିଲେ ।

ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସ୍ ବିଚାରପତି ମାର୍କସ ସ୍ମିଥ୍ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ହାଇଦ୍ରାବାଦର ସପ୍ତମ ନିଜାମ ଉସମାନ ଅଲି ଖାନ ଏହି ଫଣ୍ଡର ଉତ୍ତରାଧିକାରୀ । ଏହି ଅର୍ଥ ଉପରେ ତାଙ୍କର ବଂଶଧର ଓ ଭାରତର ହକ୍ ରହିଛି।

ଏହି ବିବାଦ 1948ରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲି ଆସିଥିଲା । ତତ୍କକାଳୀନ ହାଇଦ୍ରାବାଦର ହାଇଦ୍ରାବାଦର ସପ୍ତମ ନିଜାମ ମୀର ଉସମାନ ଅଲି ଖାନ ଲଣ୍ଡନ ସ୍ଥିତ ନାଟଓ୍ଵେଷ୍ଟ ବ୍ୟାଙ୍କରେ 1,007,940 ପାଉଣ୍ଡ(ପ୍ରାୟ 8 କୋଟି 87 ଲକ୍ଷ ଟଙ୍କା) ଜମା କରିଥିଲେ । ଏବେ ଏହି ଅର୍ଥ ବୃଦ୍ଧି ପାଇ ପ୍ରାୟ 35 ମିଲିୟନ ପାଉଣ୍ଡ( ପ୍ରାୟ 300 କୋଟି 40 ଲକ୍ଷ ଟଙ୍କା)ରେ ପହଞ୍ଚିଛି । ଏହି ଅର୍ଥ ଉପରେ ନିଜାମଙ୍କ ବଂଶଜ ଓ ଭାରତ ସରକାର ଦାବି ଜାହିର କରିଥିଲେ । ଏହାସହ ପାକିସ୍ତାନ ମଧ୍ୟ ଏହା ନିଜର ବୋଲି ଦାବି କରୁଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ଭାରତ ପାକିସ୍ତାନ ବିଭାଜନ ବିଚାର ସମୟରେ ପାକିସ୍ତାନ ହାଇଦ୍ରାବାଦ ନିଜାମଙ୍କୁ ପାକିସ୍ତାନ ସହ ରହିବା ପାଇଁ ରାଜି କରାଇଥିଲା । ହାଇଦ୍ରାବାଦ ଏକ ହିନ୍ଦୁ ବହୁଳ ରାଜ୍ୟ ଥିଲା, ଯାହାର ନେତୃତ୍ବ ନିଜାମଙ୍କ ହାତରେ ଥିଲା । ତତ୍କାଳୀନ ଗୃହରାଜ୍ୟ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ କଡା ଆଭିମୁଖ୍ୟକୁ ଦେଖି ନିଜାମ ଗଳା ବାଟ ଖୋଜୁଥିଲା । ଏହିଭଳି ସମ୍ବେଦନଶୀଳ ପରିସ୍ଥିତି ଭିତରେ ନିଜାମ ନିଜ ଟଙ୍କା ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ଖାତାରେ ଜମା କରିଦେଇଥିଲେ । ଲଣ୍ଡନ କୋର୍ଟଙ୍କ ଏହି ରାୟ ପରେ ପାକିସ୍ତାନକୁ 300କୋଟିର ଝଟକା ଲାଗିଛି ।


କାଶ୍ମୀର ପ୍ରସଙ୍ଗ କୂଳଭୂଷଣ ଯାଦବ ମାମଲା ଭଳି ଅନେକ ମାମଲାରେ ଅନ୍ତର୍ଜାତୀୟ ସ୍ତରରେ ପରାଜୟ ହେବାସହ ଲଜ୍ଜିତ ହେଉଛି ପାକ୍‌ । କାଙ୍ଗାଳ ହେବାରେ ଲାଗିଛି ପାକିସ୍ତାନ ଭୁଶୁଡୁଛି ଅର୍ଥନୀତି । ଋଣ ଗ୍ରସ୍ତ ପାକିସ୍ତାନରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢିବା ପରେ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନୀ । ହେଲେ ପାକ୍‌ ପିଏମଙ୍କ ମୁହଁଫୁଟାଣି ଭାଙ୍ଗିବାରେ ନା ନେଉ ନାହିଁ ।

ABOUT THE AUTHOR

...view details