ଓଡିଶା

odisha

ବିଚିତ୍ର ପରମ୍ପରା 'ଗୋଟମାର ମେଳା', ଯେଉଁଠି ଆହତ ହୁଅନ୍ତି ଲୋକେ...

By

Published : Sep 1, 2019, 11:03 AM IST

ମଧ୍ୟପ୍ରଦେଶର ବିଚିତ୍ର ପରମ୍ପରା ଗୋଟମାର ମେଳା ବା ପଥରଫିଙ୍ଗା ଉତ୍ସବ । ପରସ୍ପରକୁ ପଥର ଫିଙ୍ଗି 168 ଜଣ ଆହତ ହୋଇଥିବା ଜଣାପଡିଛି ।

ଡିଜାଇନ ଫଟୋ

ଭୋପାଲ: ଭଲ କରି ଦେଖନ୍ତୁ ଏହି ଦୃଶ୍ୟ । କୌଣସି ରାଗରୁଷା ରଖି ନୁହେଁ ଖୁସିରେ ଏପରି ପରସ୍ପରକୁ ପଥର ଫିଙ୍ଗୁଛନ୍ତି ଲୋକେ । ଏ ହେଉଛି ମଧ୍ୟପ୍ରଦେଶର ବିଚିତ୍ର ପରମ୍ପରା । 'ଗୋଟମାର ମେଳା' ବା ପଥର ଫିଙ୍ଗା ଉତ୍ସବ । ଲୋକମାନେ ପାଣି ଭିତରେ ପରସ୍ପରକୁ ପଥର ଫିଙ୍ଗି ପାଳିଥାନ୍ତି ଏହି ପର୍ବ ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନାନୁଯାୟୀ, ଗତକାଲି( ଶନିବାର) ଅନୁଷ୍ଠିତ ପାରମ୍ପରିକ 'ଗୋଟମାର ମେଳା'ରେ ଖୁସିରେ ପରସ୍ପରକୁ ପଥର ଫିଙ୍ଗୁଥିବା ବେଳେ 168 ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପନ୍ଧୁର୍ନା ଓ ସାୱର ଗାଁ ରେ ଏହି ମେଳା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପ୍ରଥମେ ଗୋଟିଏ ସ୍ଥାନରେ ଛୋଟ ବଡ ପଥର ଏକତ୍ରିତ କରିଥାନ୍ତି । ପରେ ଦିନ ତମାମ ଲୋକେ ପାଣି ଭିତରେ ପସି ପରସ୍ପରକୁ ପଥର ଫିଙ୍ଗିଥାନ୍ତି ।

ABOUT THE AUTHOR

...view details