ଥିରୁଅନନ୍ତପୁରମ: ବିଶ୍ବରେ କୋରୋନା ଆତଙ୍କ ଖେଳାଇବା ଦିନଠୁ ଦେଶରେ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ 6 ମାସ ହେବ ବନ୍ଦ କରିଦିଆଯାଇଥିଲା । ଦୀର୍ଘ 7 ମାସ ପରେ ସୋମବାରଠୁ କେରଳର ସମସ୍ତ ବେଳାଭୂମି ସମେତ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ପୁନଃ ଖୋଲା ଯାଇଛି ।
କୋରୋନା କାରଣରୁ ଲୋକଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ସବୁ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିବାକୁ ଘୋଷଣା କରିଥିଲେ । 6 ମାସ ପରେ କୋରୋନା ଗାଇଡଲାଇନକୁ ମାନିବା ସହ କେରଳ ସରକାର ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଖେଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦର୍ଶକଙ୍କୁ ସଫାରି, ସ୍ପିଡ ଡଙ୍ଗା ଓ ପାର୍ବତ୍ୟ ଅଞ୍ଚଳକୁ ଯିବାକୁ ଅନୁମତି ମିଳିଛି । ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର 1ରୁ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଅନୁମତି ଦିଆଯିବ ।