ଓଡିଶା

odisha

By

Published : Jul 11, 2020, 10:14 PM IST

ETV Bharat / bharat

ଦେଶର କୋରୋନା ସୁସ୍ଥ ହାର 62.78%: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଦେଶର କୋରୋନା ସୁସ୍ଥ ହାର 62.78% ହୋଇଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

corona recovery rate
ଦେଶର କୋରୋନା ସୁସ୍ଥ ହାର 62.78%

ନୂଆଦିଲ୍ଲୀ: ଦେଶରେ 8 ଲକ୍ଷ ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ଦେଶର କୋରୋନା ସୁସ୍ଥ ହାର 62.78% ହୋଇଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ଦେଶରେ ବର୍ତ୍ତମାନ କୋରୋନା ସୁସ୍ଥ ହାର 62.78% ପ୍ରତିଶତ ଥିବାବେଳେ ମୃତ୍ୟୁହାର 2.72 ପ୍ରତିଶତ ରହିଛି । ବର୍ତ୍ତମାନ ଦେଶରେ 5 ଲକ୍ଷ 15 ହଜାର 385 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ବର୍ତ୍ତମାନ 2 ଲକ୍ଷ 31 ହଜାର 978 ଜଣ ଆକ୍ରାନ୍ତ ଏବେସୁଦ୍ଧା ଚିକିତ୍ସିତ ହେଉଛନ୍ତି ।

ପ୍ରକାଶ ଥାଉକି, ସମଗ୍ର ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତ ସଂଖ୍ୟା 8 ଲକ୍ଷ 20 ହଜାର 916ରେ ପହଞ୍ଚିଛି । ଏଥିସହ ବର୍ତ୍ତମାନ କୋରୋନା କାରଣରୁ 22123 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details