ଓଡିଶା

odisha

By

Published : Jul 15, 2020, 5:03 PM IST

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-5pm
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ବଲିଉଡରେ ଜଲଓ୍ବା ଦେଖାଇବେ ନବରଙ୍ଗପୁର ଯୁବକ, ପରିବାରରେ ଖୁସିର ମାହୋଲ

ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାରୁ ବଲିଉଡକୁ ଯାତ୍ରା । ଜିଲ୍ଲାର ଉମରକୋଟ ସହରର ତିକିର ସାହିର ମହମ୍ମଦ ହାରୁଣ୍ ଲାଥିଆଙ୍କ ନାତି ୱାଜିଦ୍ ମେମନ ଓରଫ ରକ୍ ଏବେ ହିନ୍ଦୀ ଚଳଚ୍ଚିତ୍ର ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ।

2.ସିବିଏସଇ ଦଶମ ଫଳାଫଳ, ଭୁବନେଶ୍ୱର କ୍ଷେତ୍ରର ପାସହାର 93.20%

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ବର ରିଜନର ପାସ ହାର 93.20 ପ୍ରତିଶତ ରହିଛି ।

3. ସାମାଜିକ ଦୂରତ୍ବକୁ ଫୁ କରି ବଜାରରେ ଅସମ୍ଭାଳ ଭିଡ

କୃଷକ ବଜାରରେ ପରିବା କିଣିବା ପାଇଁ ଲୋକ ମାନଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିବା ବେଳେ କେହି ବି ସାମାଜିକ ଦୂରତ୍ବ ସହ ଗାଇଡ ଲାଇନ ପାଳନ କରିନଥିଲେ ।

4.କୋଭିଡ କେୟାର ହୋମ ପରିଚାଳନା: 7 ହଜାର ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେବେ ସରକାର

କୋଭିଡ କେୟାର ହୋମ ପରିଚାଳନା ପାଇଁ ଅସ୍ଥାୟୀ ଭାବେ ୭୦୦୦ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ ।

5.ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପି, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବୁଧବାର ସନ୍ଧ୍ୟାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମଥର ପାଇଁ ରାଜ୍ୟରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହେବ ।

6.କୋରୋନାକୁ ବଳିଗଲା କ୍ୟାନସର, ଚିକିତ୍ସା ନପାଇ ଛଟପଟ ରୋଗୀ

ସାରା ବିଶ୍ବ ଏବେ କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସତଚେଷ୍ଟିତ । ହେଲେ ଏହାରି ଭିତରେ କଷ୍ଟରେ ହନ୍ତସନ୍ତ ହେଉଛନ୍ତି କ୍ୟାନସର ରୋଗୀ ।

7.ମନରେଗା ଯୋଜନାରେ କାମକରି ପ୍ରାପ୍ୟ ମିଳୁନଥିବା ଅଭିଯୋଗ, ଧାରଣାରେ ଶ୍ରମିକ

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରି ପ୍ରାପ୍ୟ ପାଇନଥିବା ଅଭିଯୋଗରେ ଉଦଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ସାଇ଼଼ଁକୁଳା ଗ୍ରାମର ଶ୍ରମିକ ଗୋଷ୍ଠୀ।

8.ହୋଟେଲରେ ଜମୁଥିଲା ଜୁଆ ଆଡ୍ଡା, 50 ହଜାର ଟଙ୍କା ସହ 10 ଜୁଆଡ଼ି ଗିରଫ

କୋରୋନା କଟକଣା ଭିତରେ ଜମୁଛି ଜୁଆ ଖେଳ। ଏକ ହୋଟେଲରୁ ଜୁଆ ଖେଳୁଥିବା ଅବସ୍ଥାରେ 10 ଜଣ ହାଇପ୍ରୋଫାଇଲ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।

9.ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

10.ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ଯୁବସମାଜକୁ ମୋଦିଙ୍କ ସନ୍ଦେଶ

ବିଶ୍ବ ଯୁବ ଦକ୍ଷତା ଦିବସ ଅବସରରେ ଦେଶର ଯୁବକଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୀବନରେ ଯେତେ ଡିଗ୍ରୀ ହାସଲ କଲେ ମଧ୍ୟ ଦକ୍ଷତା ଶିଖାଲାଭ ଜାରି ରଖିବା ଉଚିତ ବୋଲି ମୋଦି କହିଛନ୍ତି ।

ABOUT THE AUTHOR

...view details