ଓଡିଶା

odisha

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 3, 2020, 3:04 PM IST

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @3PM
TOP NEWS @3PM

1. ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନାହାଁନ୍ତି ସରକାର: ପୃଥ୍ବୀରାଜ ଚୌହାନ

ସଂସଦ ଅଧିବେଶନକୁ ନେଇ ମୋଦି ସରକାରଙ୍କ ଉପରେ ବିରୋଧୀଙ୍କ ଆକ୍ରମଣ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ପୃଥ୍ବୀରାଜ ଚୌହାନ ଆସନ୍ତା ସଂସଦ ଅଧିବେଶନରେ ପ୍ରଶ୍ନକାଳ ବାତିଲ ହେବା ନେଇ ପ୍ରଶ୍ନ ପଚାରିଛନ୍ତି ।

2.ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2020: ଶ୍ରେଷ୍ଠ 50 ରାଷ୍ଟ୍ର ମଧ୍ୟରେ ଭାରତ

ୱାର୍ଲଡ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ(ୱିପୋ) ଦ୍ବାରା ପ୍ରକାଶ ପାଇଛି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ 2020ର ତାଲିକା । ଯେଉଁଥିରେ 4ଟି ସ୍ଥାନ ଉପରକୁ ଚଢି ଶ୍ରେଷ୍ଠ 50 ରାଷ୍ଟ୍ରଙ୍କ ମଧ୍ୟରେ 48ତମ ସ୍ଥାନ ଅକ୍ତିଆର କରିଛି ଭାରତ ।

3.ସେନାରେ ସ୍ଥାୟୀ କମିଶନ ମାମଲା: 17 ମହିଳା ଅଧିକାରୀଙ୍କ ଆବେଦନ ଖଣ୍ଡନ କଲେ ସୁପ୍ରିମକୋର୍ଟ

ସେନାରେ ମହିଳାମାନଙ୍କର ସ୍ଥାୟୀ କମିଶନ ମାମଲାରେ ଆଜି(ଗୁରୁବାର) ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଛି । କଟ୍ ଅଫ୍ ତାରିଖରୁ ବାହାରିଯିବା କାରଣରୁ ସ୍ଥାୟୀ କମିଶନ ନ ପାଇବା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ 17 ଜଣ ମହିଳା ଅଧିକାରୀ ।

4.ଅର୍ଥନୀତିକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଅର୍ଥନୀତିକୁ ନେଇ ସରକାରଙ୍କୁ ଘେରିଛନ୍ତି । ଗୁରୁବାର ରାହୁଲ ଗାନ୍ଧୀ ତାଙ୍କ ଭିଡିଓ ସିରିଜର ଦ୍ବିତୀୟ ଭାଗ ଅର୍ଥନୀତି ପ୍ରସଙ୍ଗରେ ପ୍ରକାଶ କରିଛନ୍ତି ।

5.ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୁମ୍ବାଇ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମାଥେରାନ୍

ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ମୁମ୍ବାଇ ନିକଟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମାଥେରାନ୍ । ତେବେ ମହାମାରୀ କୋରୋନା ପାଇଁ ହୋଇଥିବା ଲକଡାଉନ କାରଣରୁ ଏହି ପ୍ରସିଦ୍ଧ ହିଲ ଷ୍ଟେସନକୁ ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚରୁ ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

6.ଫର୍ଚ୍ୟୁନର 40 ଅଣ୍ଡର 40 ସୂଚୀ: ଇଶା, ଆକାଶ ଅମ୍ବାନୀ ଓ ବାୟଜୁ ରବିନ୍ଦ୍ର ସାମିଲ

ଫର୍ଚ୍ୟୁନର 40 ଅଣ୍ଡର 40 ସୂଚୀରେ ଇଶା, ଆକାଶ ଅମ୍ବାନୀ ଓ ବାୟଜୁ ରବିନ୍ଦ୍ରଙ୍କୁ ମିଳିଛି ସ୍ଥାନ । ଅଧିକ ପଢନ୍ତୁ..

7.କୋରୋନା କବଳରେ ହଲିଉଡ ଆକ୍ଟର ଡୱେନଙ୍କ ପରିବାର

ସାମ୍ନାକୁ ଆସିଲା ଡୱେନଙ୍କ କୋରୋନା ସଂକ୍ରମିତ କଥା । ସେ ଆଦୌ ଚାହୁଁନଥିଲେ ତାଙ୍କ ପୁରା ପରିବାରକୁ କୋରୋନା ହେଉ ବୋଲି । ହେଲେ ର୍ଦୁଭାଗ୍ୟବଶତଃ ତାଙ୍କ ସହ ପତ୍ନୀ ଓ ଦୁଇ ଝିଅ ମଧ୍ୟ କୋରୋନା ସଂକ୍ରମିତ ।

8.ବାହୁବଳୀଙ୍କ ସହ ଲଢିବେ ଛୋଟେ ନୱାବ

ଓମ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଏଣ୍ଟ୍ରି ମାରିଲେ ସୈଫ । ପ୍ରଥମଥର ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ପରଦାରେ ଆସିବେ ନଜର ।

9.କୋରୋନାକୁ ହରାଇଲେ 75 ବର୍ଷୀୟ ପକ୍ଷାଘାତ ପୀଡିତା, ନୂଆ ଜୀବନ ଦେଲା HFNC ମେସିନ

କୋରୋନାକୁ ହରାଇଲେ 75 ବର୍ଷୀୟ ପକ୍ଷାଘାତ ପୀଡିତ ବୃଦ୍ଧା । ଏଚଏଫଏନସି ମେସିନ ସାହାଯ୍ୟରେ ସୁସ୍ଥ ହେଲେ ମାଲକାନଗିରି ସାମବାୟଗୁଡାର ସୁଶାନ୍ତ ପଣ୍ଡାଙ୍କ ମା’ ମହାଲକ୍ଷ୍ମୀ ପଣ୍ଡା। ଅଧିକ ପଢନ୍ତୁ...

10.ସାମାଜିକ-ରାଜନୈତିକ ପ୍ରସଙ୍ଗ ଉପରେ ଫିଲ୍ମ ନିର୍ମାଣ କରିବାକୁ ଭଲ ପାଆନ୍ତି ପ୍ରକାଶ

ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ବବି ଦେଓଲଙ୍କ ଡେବ୍ୟୁ ୱେବ ସିରିଜ ‘ଆଶ୍ରମ’ । ଯାହା ନିର୍ମାତା ରୂପେ କାମ କରିଛନ୍ତି ପ୍ରକାଶ ଝା । ଏବେ ଏକ ସାକ୍ଷାତକାରରରେ ନିଜ ସବୁ ଫିଲ୍ମ ବିଷୟରେ ଖୁଲାସା କରିଛନ୍ତି ।

ABOUT THE AUTHOR

...view details