ଓଡିଶା

odisha

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 31, 2020, 12:59 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ନଭେମ୍ବର 16ରୁ ଖୋଲିବ ଶିକ୍ଷାନୁଷ୍ଠାନ

ଅନଲକ-6 ପର୍ଯ୍ୟାୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡ ଲାଇନ । ଏହି ନିୟମ ମୁତାବକ, ନଭେମ୍ବର 16ରେ ନବନ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ ।

2.ରାଜ୍ୟରେ ଦିନକରେ 1470 ପଜିଟିଭ ଚିହ୍ନଟ

ଦିନକରେ 30ଟି ଜିଲ୍ଲାରେ 1470 ଆକ୍ରାନ୍ତ ଚିହ୍ନଟ ହୋଇଛି । ହୋମ କ୍ବାରେନଣ୍ଟାଇନରୁ 853 ଚିହ୍ନଟ ହୋଇଥିବାବେଳେ 617 ଜଣ ସ୍ଥାନୀୟ ସଂକ୍ରମିତ ।

3.ରାଜ୍ୟରେ ପୁଣି 12 ଜୀବନ ନେଲା କୋରୋନା

ରାଜ୍ୟରେ ଜାରି ରହିଛି କୋରୋନା କାୟା । ପ୍ରତ୍ୟେକ ଦିନ ରାଜ୍ୟରେ ମହାମାରୀ ଅନେକଙ୍କ ଜୀବନ ନେଉଥିବା ବେଳେ ଆଜି ପୁଣି କୋରୋନା ନେଇଛି 12 ଜୀବନ ।

4.ପୁଲୱାମା ପ୍ରସଙ୍ଗ; ବିରୋଧୀଙ୍କ ସ୍ବାର୍ଥ ରାଜନୀତିକୁ ପିଏମଙ୍କ ଟାର୍ଗେଟ

ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ଷ୍ଟାଚ୍ୟୁ ଅଫ ୟୁନିଟରେ ସର୍ଦ୍ଦାର ବଲ୍ଲଭ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଉଦବୋଧନ ଦେଇଛନ୍ତି ପିଏମ ।

5.10 ଲକ୍ଷ ଟନ୍ ଆଳୁ ଆମଦାନୀ କରିବ ଭାରତ

ଦରଦାମ ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର 10 ଲକ୍ଷ ଟନ୍ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି ।

6.ଲିଙ୍ଗରାଜ ମନ୍ଦିରରେ ଭିତ୍ତିଭୂମି ସମୀକ୍ଷା କଲେ ପାଣ୍ଡିଆନ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ଭିତ୍ତିଭୂମି ସମୀକ୍ଷା କଲେ ଭି କେ ପାଣ୍ଡିଆନ । ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଏସି କମିଶନର ପ୍ରେମ ଚୌଧୁରୀ ପ୍ରମୁଖ ତାଙ୍କ ସହ ଉପସ୍ଥିତ ଥିଲେ ।

7.ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରାସ୍ତା ମଝିରେ ଜଳିଗଲା ମାଲ ବୋଝେଇ ଟ୍ରକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟରେ ଘଟିଛି ଏହି ଅଘଟଣ ।

8.କୋରୋନାକୁ ମାତ୍‌ ଦେଲେ ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

ରୋନାଲ୍ଡୋ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। 19ଦିନ ପରେ ଷ୍ଟାର ଫୁଟବଲର ରୋନାଲ୍ଡୋ ହୋଇଛନ୍ତି କୋରୋନା ମୁକ୍ତଖୁବ୍‌ ଶୀଘ୍ର ଗ୍ରାଉଣ୍ଡକୁ ଓହ୍ଲାଇବେ କ୍ରିଷ୍ଟିଆନୋ ।

9.ଅଯୋଧ୍ୟାରେ ଜଳିବ 6 ଲକ୍ଷ ଦୀପ, ଗିନିଜ ବୁକରେ ସାମିଲ ହେବାକୁ ପ୍ରୟାସ

ଅଯୋଧ୍ୟା କର୍ତ୍ତୃପକ୍ଷ 6,00,000 ଦୀପ ଜାଳିବେ ଓ ଗତ ବର୍ଷ ସରିୟୁ ନଦୀ କୂଳରେ ଜାଳିଥିବା 4,10,000 ଦୀପର ରେକର୍ଡ ଭାଙ୍ଗିବେ ।

10.ଲୌହମାନବଙ୍କ ଜୟନ୍ତୀରେ ଜାତିର ପିତାଙ୍କୁ ସମାଲୋଚନା କଲେ କୁଇନ

ଆଜି ସର୍ଦ୍ଦାର ବଲ୍ଲଭ ପଟେଲଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଙ୍ଗନା ରଣାୱତ । ଏହାସହ ଗାନ୍ଧୀ ଓ ନେହେରୁଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ABOUT THE AUTHOR

...view details