ଓଡିଶା

odisha

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Jul 30, 2020, 1:02 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS @1PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

1. ମଣିପୁରରେ ଉଗ୍ରବାଦୀ ହମଲା, 3 ଯବାନ ଶହୀଦ

ମଣିପୁରରେ ଉଗ୍ରବାଦୀ ହମଲା । 3 ଯବାନ ଶହୀଦ । ସେପଟେ 4 ଉଗ୍ରବାଦୀ ଆହତ ।

2. ଆଜି ରାଜ୍ୟରେ ପୁଣି ଡବଲ ଡିଜିଟ; 10 ମୃତ୍ୟୁ ପରେ ସଂଖ୍ୟା 169କୁ ବୃଦ୍ଧି

ରାଜ୍ୟରେ ଦିନକୁ ଦିନ କୋରୋନାରେ ପ୍ରାଣ ହରାଉଛନ୍ତି ସଂକ୍ରମିତ। ଆଜି ପୁଣି ରାଜ୍ୟରେ 10 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଅଧିକ ଖବର ପଢନ୍ତୁ...

3. ରାଜ୍ୟରେ ନୂଆ 1203 ଆକ୍ରାନ୍ତ ଚିହ୍ନଟ, 30 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ ବଢିଚାଲିଛି କୋରୋନା ସଂକ୍ରମିତ ସଂଖ୍ୟା । ଗୋଟିଏ ଦିନରେ 1203 ଆକ୍ରାନ୍ତ ଚିହ୍ନଟ । 10 ମୃତ । ଅଧିକ ପଢନ୍ତୁ...

4. ଗୋଟିଏ ଦିନରେ ଦେଶରେ ସର୍ବାଧିକ 52123 ପଜିଟିଭ ରିପୋର୍ଟ, 775 ମୃତ

କୋରୋନାରେ ବିଶ୍ବର ସବୁଠୁ ପ୍ରଭାବିତ ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ଭାରତ ରହିଛି । ଯେଉଁଠି ବର୍ତ୍ତମାନ ସମୟରେ ଦିନକରେ 40 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ରିପୋର୍ଟ ହେଉଛି । ଅଧିକ ପଢନ୍ତୁ...

5. ଲୋକସେବା ଭବନ କର୍ମଚାରୀଙ୍କ ହେବ ସ୍ଵାବ ଟେଷ୍ଟ

ଲୋକସେବା ଭବନ କର୍ମଚାରୀଙ୍କ ହେବ ସ୍ଵାବ ଟେଷ୍ଟ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

6. କୋଭିଡ ରୋଗୀଙ୍କ ଡାଟା ସଂଗ୍ରହ କରିବ ଆଇସିଏମଆର, ଯୋଡି ହେବେ 15 ଅନୁଷ୍ଠାନ

ଦେଶରେ କୋରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ଅନେକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ସହିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋରୋନା ରୋଗୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଯୋଜନା କରିଛି।

7. ପାହାଡ ତଳ ଜଙ୍ଗଲରୁ ତିନି ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବାଲିପଟା ପଞ୍ଚାୟତ ବାଲି କୁଦିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଙ୍ଗଲରୁ ଏକାସାଥୀରେ ତିନୋଟି ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

8. ଟ୍ରକ ସହ ପିକଅକ ଭ୍ୟାନ ମୁହାଁମୁହିଁ ଧକ୍କା, 4 ମୃତ

ମଧ୍ୟପ୍ରଦେଶ ମାଣ୍ଡଲା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 45 କିଲୋମିଟର ଦୂରରେ ବିଛିୟା ରାଜପଥରେ ଗୁରୁବାର ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣ ଲୋକ ଗାଡିରେ ଫସି ରହିଛନ୍ତି ।

9. ଦେଶକୁ ନଷ୍ଟ କରୁଛନ୍ତି ମୋଦି, ଶୀଘ୍ର ଭାଙ୍ଗିବ ଭ୍ରମ: ରାହୁଲ ଗାନ୍ଧୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାୟନାଡର ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ରାହୁଲ ଗୁରୁବାର ଟ୍ବିଟ୍ କରି କହିଛନ୍ତି ଯେ ମୋଦି ଦେଶକୁ ନଷ୍ଟ କରୁଛନ୍ତି।

10. ଲକଡାଉନ ପ୍ରହାର, 2,844 କୋଟି କ୍ଷତି ସହିଲା ଇଣ୍ଡିଗୋ

ଏପ୍ରିଲରୁ ଜୁନ ଅବଧି ମଧ୍ୟରେ କୋରୋନା କଟକଣା ଲକଡାଉନ ଜାରି ରହିଥିବାରୁ ବିମାନ ସେବା ବନ୍ଦ ରହିଥିଲା । ଫଳରେ ବିମାନ କମ୍ପାନୀଗୁଡିକ କ୍ଷତି ରେକର୍ଡ କରିଛି । ଦେଶର ସବୁଠୁ ବଡ ଏୟାରଲାଇନ ଇଣ୍ଡିଗୋର ଗତ ବର୍ଷ ଏହି ଅବଧିରେ ରେ 1203.1 କୋଟି ଟଙ୍କା ଲାଭ କମେଇଥିଲା । ଅଧିକ ପଢନ୍ତୁ..

ABOUT THE AUTHOR

...view details