ଓଡିଶା

odisha

ଗୁଜୁରାଟ ସିଏମ ବିଜୟ ରୂପାନୀ @64, ଛୁଟୁଛି ଶୁଭେଚ୍ଛାର ସୁଅ

By

Published : Aug 2, 2020, 11:01 AM IST

64 ବର୍ଷରେ ପଦାର୍ପଣ କଲେ ଗୁଜୁରାଟ ସିଏମ୍ ବିଜୟ ରୁପାନୀ । ଆଜି ସିଏମ୍ ଜନ୍ମଦିନ ଅବସରରେ ସୁରଟର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିବା ସହ ରାଜକୋଟରେ 71 ତମ ବନ ମହୋତ୍ସବର ଉଦ୍ଘାଟନ କରିବେ । ଅଧିକ ପଢନ୍ତୁ...

64 ବର୍ଷରେ ପଦାର୍ପଣ କଲେ ଗୁଜୁରାଟ ସିଏମ୍ ବିଜୟ ରୁପାନୀ
64 ବର୍ଷରେ ପଦାର୍ପଣ କଲେ ଗୁଜୁରାଟ ସିଏମ୍ ବିଜୟ ରୁପାନୀ

ଗାନ୍ଧୀନଗର: ଆଜି ହେଉଛି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ 64ତମ ଜନ୍ମଦିନ । ବିଜୟ ରୁପାନି 1956 ଅଗଷ୍ଟ 2ରେ ଜନ୍ମଗ୍ରହଣ କରିଥିଲେ । ସେ ସବୁବେଳେ ଜଣେ ସାଧାରଣ ବ୍ୟକ୍ତି ଭାବରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ଆଜି ସିଏମ୍ ନିଜ ଜନ୍ମଦିନ ଅବସରରେ ସୁରଟର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିବେ ।

ନିଜ 64 ତମ ଜନ୍ମଦିନ ଅବସରରେ ଅପରାହ୍ନରେ ସୁରଟକୁ ଯାଇ କୋରୋନା ସଂକ୍ରମଣ-ନିୟନ୍ତ୍ରଣ-ଚିକିତ୍ସା ସମୀକ୍ଷା କରିବେ ଏବଂ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିବା ଷ୍ଟେମ ସେଲ ଏବଂ କିଡିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବିଷୟରେ ପଚାରି ବୁଝିବେ। ଏକ ସମ୍ମିଳନୀ ମାଧ୍ୟମରେ ସିଏମ୍ ରୁପାନୀ ରାଜକୋଟରେ 71 ତମ ବନ ମହୋତ୍ସବର ଉଦ୍ଘାଟନ କରିବେ ଏବଂ ସମଗ୍ର ରାଜ୍ୟ ନାଗରିକଙ୍କୁ ସବୁଜ ଗୁଜୁରାଟର ଧାରାରେ ଯୋଗଦେବାକୁ ପ୍ରେରିତ କରିବେ ।

ଏଥିସହ, କୋରୋନା କାରଣରୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା କ୍ଷୁଦ୍ର ରୋଜଗାରକାରୀଙ୍କୁ ପୁନଃ ସ୍ଥାପିତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ସେଲ୍ଫ ରିଲାଏଣ୍ଟ୍ ଗୁଜୁରାଟ ସହାୟତା ପ୍ୟାକେଜ୍ ଅଧୀନରେ ମାତ୍ର 2% ସୁଧରେ 1 ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ। ଜନ୍ମଦିନ ଅବସରରେ ସେ ଭିଡିଓ କନଫରେନ୍ସିଂ ଜରିଆରେ 11 ଟାରେ ଗାନ୍ଧୀନଗରରୁ 100 କୋଟି ଟଙ୍କା ଋଣ ସହାୟତା ଚେକ୍ ବଣ୍ଟନ କରିବେ । ତେବେ ଏଥିରେ ଉପ-ମୁଖ୍ୟମନ୍ତ୍ରୀ ନିତିନ ପଟେଲ, ମୁଖ୍ୟ ଶାସନ ସଚିବ ଅନିଲ ମୁକିମ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ କେ କୈଲାଶନାଥନ ମଧ୍ୟ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details