ଓଡିଶା

odisha

By

Published : Mar 24, 2020, 5:35 PM IST

ETV Bharat / bharat

ଗରିବଙ୍କୁ ମାଗଣା ରାସନ ଏବଂ 1000 ଟଙ୍କା ସହାୟତା ରାଶି ଦେବେ ତାମିଲନାଡୁ ସରକାର

ଗରିବଙ୍କୁ ମାଗଣା ରାସନ ଏବଂ 1000 ଟଙ୍କା ସହାୟତା ରାଶି ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ବାମୀ । କୋରୋନା ଭାଇରସ୍ ବିସ୍ତାରକୁ ରୋକିବାକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା ।

TN to provide cash of Rs 1,000, free ration to poor
ଗରିବଙ୍କୁ ମାଗଣା ରାସନ ଏବଂ 1000 ଟଙ୍କା ସହାୟତା ରାଶି: ତାମିଲନାଡୁ ସରକାର

ଚେନ୍ନାଇ: ଗରିବଙ୍କୁ ମାଗଣା ରାସନ ଏବଂ 1000 ଟଙ୍କା ସହାୟତା ରାଶି ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ବାମୀ । କୋରୋନା ଭାଇରସ୍ ବିସ୍ତାରକୁ ରୋକିବାକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା ସହ 3,280 କୋଟି ଟଙ୍କା ବ୍ୟୟର କଲ୍ୟାଣମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କଲେ ତାମିଲନାଡୁ ସରକାର ।

କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ହେଉଛି:

* ରାସନ କାର୍ଡ ଥିବା ସେହି ସମସ୍ତ ପରିବାର ପାଇଁ 1000 ଟଙ୍କା ନଗଦ ସହାୟତା

* ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଏପ୍ରିଲରେ ଚାଉଳ, ତେଲ, ଚିନି, ମସୁର ଡାଲି ମାଗଣାରେ ଯୋଗାଣ | ଯେଉଁମାନେ ମାଗଣା ଯୋଗାଣ ଚାହୁଁ ନାହାଁନ୍ତି ସେମାନେ ୱେବସାଇଟରେ ଲଗ୍ ଇନ୍ କରି ଅପ୍ଟ ଆଉଟ୍ କରିପାରିବେ;

* ଯେଉଁ ରାସନ କାର୍ଡଧାରୀ ମାର୍ଚ୍ଚରେ ନେଇପାରି ନାହାନ୍ତି ସେମାନେ ଏପ୍ରିଲରେ ସେମାନଙ୍କ କୋଟାରେ ନେଇ ପାରିବେ

* ଜିଲ୍ଲା କଲେକ୍ଟରଙ୍କ ଦ୍ବାରା ଚିହ୍ନଟ ଅନ୍ୟ ରାଜ୍ୟରୁ ଆସି ରହୁଥିବା କର୍ମଚାରୀଙ୍କ ପାଇଁ 15 କିଲୋଗ୍ରାମ ଚାଉଳ, 1 ଲି. ରନ୍ଧନ ତେଲ ଏବଂ ମସୁର ଡାଲି ପ୍ରଦାନ କରାଯାଇ ପାରିବ

* ଆମ୍ମା କ୍ୟାଣ୍ଟିନରେ ସବସିଡିଯୁକ୍ତ ଖାଦ୍ୟ ଯୋଗାଣ

* ସାରା ରାଜ୍ୟରେ ଦରିଦ୍ରମାନଙ୍କ ପାଇଁ ଖାଦ୍ୟ ଯୋଗାଣ ପାଇଁ ରୋଷେଇ ଘର

* ପଞ୍ଜୀକୃତ ଫୁଟପାଥ୍ ବିକ୍ରେତାମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯାଇଥିବା 1000 ଟଙ୍କା ବ୍ୟତୀତ ନଗଦ ସହାୟତା ଭାବରେ ଅତିରିକ୍ତ 1000 ଟଙ୍କା ପ୍ରଦାନ କରାଯିବ

* ଯେଉଁମାନେ MNREGA (Mahatma Gandhi National Rural Employment Guarantee Act)ଅଧୀନରେ କାମ କରିଥିଲେ ସେମାନଙ୍କ ପାଇଁ ଦୁଇ ଦିନର ସ୍ବତନ୍ତ୍ର ମଜୁରୀ |

ABOUT THE AUTHOR

...view details