ଓଡିଶା

odisha

By

Published : Nov 13, 2019, 10:11 AM IST

ETV Bharat / bharat

10 ବର୍ଷ ପରେ ଯବାନଙ୍କୁ ମିଳିଲା ନ୍ୟାୟ

ବରିଷ୍ଠ ଅଧିକାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ 10 ବର୍ଷ ହେବ ଶାସ୍ତି ପାଉଥିବା ଯବାନଙ୍କୁ ମିଳିଲା ନ୍ୟାୟ । ସିଆରପିଏଫକୁ ପୁଣି ଫେରିବେ ।

ଫାଇଲ ଫଟୋ

ଚଣ୍ଡିଗଡ: ରାଜସ୍ଥାନ ବାସିନ୍ଦା ହେଡ୍ କନେଷ୍ଟବଲ ସୁରେନ୍ଦ୍ର ସିଂହଙ୍କୁ 10 ବର୍ଷ ପରେ ନ୍ୟାୟ ମିଳିଛି । ପଞ୍ଜାବ-ହରିୟାଣା ହାଇକୋର୍ଟ ପୁଣି ସୁରେନ୍ଦ୍ର ସିଂହଙ୍କୁ ସିଆରପିଏଫରେ ସାମିଲ ପାଇଁ ଅନୁମତି ଦେଇଛନ୍ତି ।

ପ୍ରକାଶଥାଉକି, 2009ରେ ଜମ୍ମୁ-କାଶ୍ମୀରରେ ନିଜ ବରିଷ୍ଠ ଅଧିକାରୀଙ୍କୁ ଗୁଳି ମାରିବା ଅଭିଯୋଗରେ ସିଆରପିଏଫରୁ ବହିଷ୍କାର କରାଯାଇଥିଲା । ଏହାପରେ ଟ୍ରାଏଲ କୋର୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା । ସିଆରପିଏଫ ପାଖରେ ଥିବା ସମସ୍ତ ପ୍ରମାଣ ଆଧାରରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ।

କିନ୍ତୁ ଏହାକୁ ଗ୍ରହଣ କରିନଥିଲେ ଟ୍ରାଏଲ କୋର୍ଟ ଓ 2013ରେ ତାଙ୍କୁ ଜେଲ ଦଣ୍ଡରୁ ମୁକ୍ତ କରାଯାଇଥିଲା । ପରେ ହାଇକୋର୍ଟରେ ସମସ୍ତ ଦଲିଲ୍ ରଖାଯାଇଥିଲା । ହାଇକୋର୍ଟ ମଧ୍ୟ ସୁରେନ୍ଦ୍ରଙ୍କ ସପକ୍ଷରେ ରାୟ ଦେଲେ ଓ ପୁଣି ଚାକିରି ରଖିବାକୁ ନିର୍ଦ୍ଦେଶ ଦେଲେ । କେବଳ 10 ମାସର ଦରମା ମିଳିବ ନାହିଁ ମାତ୍ର ବାକି ସମସ୍ତ ସୁବିଧା ଦିଆଯିବ ।

ABOUT THE AUTHOR

...view details