ଓଡିଶା

odisha

By

Published : May 4, 2020, 2:35 PM IST

ETV Bharat / bharat

ସୁପ୍ରିମକୋର୍ଟରେ ପ୍ରଥମ ଥର ହେବ ଭର୍ଚୁଆଲ୍ ଫେୟାରୱେଲ୍, ଅବସର ନେବେ ଦିପକ ଗୁପ୍ତା

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବିଚାରପତିଙ୍କ ବିଦାୟ ସମାରୋହ ଏକ ଭର୍ଚୁଆଲ ଶୈଳୀରେ କରାଯିବ। କୋରୋନା କାରଣରୁ ସମଗ୍ର ଦେଶ ଲକଡାଉନରେ ଥିବାରୁ ଏପରି କରାଯାଉଛି।

supreme court bar association
ଅବସର ନେବେ ଦିପକ ଗୁପ୍ତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବିଚାରପତିଙ୍କ ବିଦାୟ ସମାରୋହ ଏକ ଭର୍ଚୁଆଲ ଶୈଳୀରେ କରାଯିବ। କୋରୋନା କାରଣରୁ ସମଗ୍ର ଦେଶ ଲକଡାଉନରେ ଥିବାରୁ ଏପରି କରାଯାଉଛି। ଯଦିଓ ମେ 4 ରୁ ଲକଡାଇନର ସାମାନ୍ୟ ଆଶ୍ବସ୍ତି ମିଳୁଛି, ତଥାପି ଅଧିକାଂଶ କାର୍ଯ୍ୟ ନିଷେଧ କରାଯାଇଛି । ଏହି ସମୟରେ, ମେ 6 ରେ ବିଚାରପତି ଦୀପକ ଗୁପ୍ତାଙ୍କ ଭର୍ଚୁଆଲ ବିଦାୟ ସମାରୋହ ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ଆୟୋଜନ କରିବାକୁ ଯାଉଛି।

ଏହି ଭର୍ଚୁଆଲ୍ ବିଦାୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମାରୋହରେ ଅଧ୍ୟକ୍ଷତା କରିବେ। SCBA ଅଧିକାରୀ ଓ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭର୍ଚୁଆଲ୍ କାର୍ଯ୍ୟରେ ଯୋଗଦେବେ । ବିଚାରପତି ଦୀପକ ଗୁପ୍ତା ଲକଡାଉନ୍ ସମୟରେ ଅବସର ନେଉଛନ୍ତି। ତେବେ ଏହି ସମୟରେ ଭର୍ଚୁଆଲ୍ ଉପାୟରେ ଅବସର ନେଇଥିବା ଗୁପ୍ତା ସୁପ୍ରିମକୋର୍ଟର ପ୍ରଥମ ବିଚାରପତି ହେବେ।

ପରମ୍ପରା ଅନୁଯାୟୀ, ପ୍ରତ୍ୟେକ ବିଚାରପତି ତାଙ୍କ ପ୍ରଥମ ଓ ଶେଷ କାର୍ଯ୍ୟ ଦିବସରେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ଯୋଗ ଦେଇଥାନ୍ତି। ପ୍ରଥମ କାର୍ଯ୍ୟ ଦିବସରେ ଏକରୁ ଅଧିକ ବିଚାରପତି ଶପଥ ନେଉଥିବା କାରଣରୁ ପ୍ରଥମେ ଯିଏ ଶପଥ ନେଇଥାଏ ସେ ମୁଖ୍ୟବିଚାରପତିଙ୍କ ବେଞ୍ଚରେ ବସନ୍ତି ଓ ବାକି ସାନରୁ ବଡ କ୍ରମାନୁସାରେ ବସନ୍ତି । ମାତ୍ର ଶେଷ କାର୍ଯ୍ୟ ଦିବସ ସମସ୍ତଙ୍କର ଭିନ୍ନ ଭିନ୍ନ ହୋଇଥାଏ । ଗୁପ୍ତାଙ୍କ ବିଦାୟ ଏହି ପ୍ରଥାରେ ନହୋଇପାରେ, କିନ୍ତୁ ସମସ୍ତ ବିଚାରପତି ନିଶ୍ଚିତ ଭାବରେ ତାଙ୍କୁ ଶୁଭେଚ୍ଛା ଜଣାଇବେ ।

ABOUT THE AUTHOR

...view details