ଓଡିଶା

odisha

By

Published : Nov 29, 2019, 12:49 PM IST

ETV Bharat / bharat

ରାଷ୍ଟ୍ରପତି ଗୋତବାୟାଙ୍କୁ ଭେଟିଲେ ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବାୟା ରାଜପକ୍ସେଙ୍କୁ ଭେଟିଛନ୍ତି  । ଏହାପରେ ଗୋତବାୟା ଏବଂ ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ।

Gotabaya Rajapaksa meets Jaishankar
ଫାଇଲ ଫଟୋ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବାୟା ରାଜପକ୍ସେଙ୍କୁ ଭେଟିଛନ୍ତି । ଭାରତ ଗସ୍ତରେ ଆସିଥିବା ଗୋତାବୟା ଗୁରୁବାର ନୂଆଦିଲ୍ଲୀ ପହଞ୍ଚିବା ପରେ ଶୁକ୍ରବାର ରାଷ୍ଟ୍ରପତି ଭବନରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଥିଲା ।

ତେବେ ରାଷ୍ଟ୍ରପତି କୋବିନ୍ଦ ଗୋତବାୟାଙ୍କ ପାଇଁ ଔପଚାରିକ ଭୋଜନର ଆୟୋଜନ କରିବେ। ଏହାପରେ ଗୋତବାୟା ଏବଂ ମୋଦିଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ। ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ସୀମା ବିବାଦ ସହିତ ଏକାଧିକ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ପ୍ରକାଶ ପାଇଛି । ହାଇଦ୍ରାବାଦ ହାଉସରେ ଆଲୋଚନା କରିବା ପରେ ଉଭୟ ନେତା ସଂଯୁକ୍ତ ପ୍ରେସ ବାର୍ତ୍ତା ଦେବେ ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳର ନେତୃତ୍ବ କରୁଛନ୍ତି । ଯେଉଁଥିରେ ବୈଦେଶୀକ ସଚିବ ରବିନାଥ ଆର୍ଯ୍ୟସିଂହ ଏବଂ ଟ୍ରେଜେରୀ ସଚିବ ଏସ ଆର ଏଟ୍ଟିଗେଲ ସାମିଲ ଅଛନ୍ତି । ଗୋତାବୟା ଶନିବାର ସହରର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହାପରେ ଶନିବାର ସନ୍ଧ୍ୟାରେ ସେ ଶ୍ରୀଲଙ୍କା ଫେରିଯିବେ ।

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଥିଲା, ଭାରତ ସରକାର ଶ୍ରୀଲଙ୍କାର ନୂଆ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଯାହା ଦ୍ବୀପ ରାଷ୍ଟ୍ରରେ ରହୁଥିବା ତାମିଲ ସମ୍ପ୍ରଦାୟର ଆକାଂଖ୍ୟାକୁ ପୂରଣ କରିବା ଦିଗରେ ସହାୟକ ହେବ ।

ABOUT THE AUTHOR

...view details