ଓଡିଶା

odisha

By

Published : Mar 3, 2020, 12:00 PM IST

Updated : Mar 3, 2020, 12:21 PM IST

ETV Bharat / bharat

କଡାସୁରକ୍ଷାରେ କୋର୍ଟ ଗଲେ ସପା ନେତା ଆଜମ ଖାନ୍‌

କଡାସୁରକ୍ଷା ଭିତରେ କୋର୍ଟରେ ହାଜର ହେବା ଲାଗି ଗଲେ ସପା ନେତା ଆଜମ ଖାନ୍‌ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ । ରାମପୁର କୋର୍ଟରେ ହାଜର ହେବା ଲାଗି ଆଜି ଦୁହିଁଙ୍କୁ ବିଚାର ବିଭାଗୀୟ ହାଜତରୁ କଡା ସୁରକ୍ଷାରେ ନିଆଯାଇଛି ।

azam khan
କଡାସୁରକ୍ଷାରେ କୋର୍ଟ ଗଲେ ସପା ନେତା ଆଜମ ଖାନ୍‌

ଲକ୍ଷ୍ନୌ: କଡାସୁରକ୍ଷା ଭିତରେ କୋର୍ଟରେ ହାଜର ହେବା ଲାଗି ଗଲେ ସପା ନେତା ଆଜମ ଖାନ୍‌ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ । ରାମପୁର କୋର୍ଟରେ ହାଜର ହେବା ଲାଗି ଆଜି(ମଙ୍ଗଳବାର) ଦୁହିଁଙ୍କୁ ସୀତାପୁର ବିଚାର ବିଭାଗୀୟ ହାଜତରୁ କଡା ସୁରକ୍ଷାରେ ନିଆଯାଇଛି । ସକାଳ ପାଖାପାଖି 8.30ରେ ଦୁହିଁଙ୍କୁ ନିଆଯାଇଛି ।

କଡାସୁରକ୍ଷାରେ କୋର୍ଟ ଗଲେ ସପା ନେତା ଆଜମ ଖାନ୍‌

ପୂର୍ବରୁ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତରେ ଭର୍ତ୍ତି କରିବା ପାଇଁ କହିବାରୁ ଦୁହିଁଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ତାଙ୍କୁ ଟାର୍ଗେଟ କରାଯାଇ ବିଜେପି ସରକାର ଏପରି କରୁଥିବାର ଅଭିଯୋଗ ଆଣିଛନ୍ତି ଆଜମ ଖାନଙ୍କର ଜଣେ ସମ୍ପର୍କୀୟ । ଏଥି ସହିତ ଆଜମ, ସମାଜବାଦୀ ପାର୍ଟି ଉପରେ ଏନେଇ ନିରାଶ ଥିବା ମଧ୍ୟ ସେ କହିଛନ୍ତି ।

ସୂଚନାଥାଉକି, ନକଲି ସାର୍ଟିଫିକେଟ ମାମଲାରେ ଆଜମ ଖାନଙ୍କ ସମେତ ତାଙ୍କ ପୁଅ ଅବଦୁଲ୍ଲା ଆଜମ ଜେଲରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 3, 2020, 12:21 PM IST

ABOUT THE AUTHOR

...view details