ଓଡିଶା

odisha

By

Published : Aug 21, 2020, 6:15 PM IST

Updated : Aug 21, 2020, 11:20 PM IST

ETV Bharat / bharat

‘ତମେ ସତରେ ସୋନୁ ଇଶ୍ବରଙ୍କ ଅବତାର’

ମୋର ଭାବନାକୁ ବର୍ଣ୍ଣନା କରିବାକୁ ନିହାତି ଶବ୍ଦର ଅଭାବ ଅନୁଭବ ହେଉଛି । ଗୋଟିଏ ମାତ୍ର ଶବ୍ଦ ନାହିଁ । କିନ୍ତୁ ହଁ, ତମେ ଇଶ୍ବର ରୂପରେ ଭଗବାନ । ଏହା କୌଣସି କାହାଣୀର ସ୍ରିପ୍ଟ ନୁହେଁ କିମ୍ବା ଯାତ୍ରାର ଡାଇଲଗ । ପଢନ୍ତୁ ସଂପୂର୍ଣ୍ଣ ଖବର...

sonu sood
sonu sood

ହାଇଦ୍ରାବାଦ: ମୋର ଭାବନାକୁ ବର୍ଣ୍ଣନା କରିବାକୁ ନିହାତି ଶବ୍ଦର ଅଭାବ ଅନୁଭବ ହେଉଛି । ଗୋଟିଏ ମାତ୍ର ଶବ୍ଦ ନାହିଁ । କିନ୍ତୁ ହଁ, ଏକଥା କହିବାକୁ ପଛ ଘୁଞ୍ଚା ଦେବିନି । ତମେ ଇଶ୍ବର ରୂପରେ ଭଗବାନ । ମୁଁ ଭଗବାନକୁ ଦିବ୍ୟ ଚକ୍ଷୁରେ ଦର୍ଶନ କରିନାହିଁ କିନ୍ତୁ ତାଙ୍କ ରୂପରେ ସୋନୁ, ତମକୁ ଦେଖିଛି ।

ଏହା କୌଣସି କାହାଣୀର ସ୍ରିପ୍ଟ ନୁହେଁ କିମ୍ବା ଯାତ୍ରାର ଡାଇଲଗ । ଏହା ହେଉଛି ଅଭାବ ଅନଟନକୁ ମର୍ମରେ ମାଜିତ କରିଥିବା ଜଣେ ବ୍ୟକ୍ତିର କଥା । ଅଭିନେତା ଠାରୁ ଅଧିକ ଶ୍ରମିକଙ୍କ ସାଥୀ ଭାବେ ପରିଚିତ ସୋନୁ ସୁଦଙ୍କୁ ସୋସିଆଲ ମିଡ଼ିଆରେ ଲେଖିଥିବା ଜଣେ ଦରିଦ୍ରର ଦୁଃଖ ଭରା କାହାଣୀ ।

ନିକଟ ଲକଡାଉନରେ ସୋନୁ ସମସ୍ତ ଅଭାବୀ ଶ୍ରମିକଙ୍କ ଦୁଃଖ ଶୁଣିଛନ୍ତି । ଯିଏ ଯେତେବେଳେ ସାହାଯ୍ୟ ମାଗିଛି ତା ପାଖରେ ବୈଦାନ୍ୟର ବୀରତା ଦେଖାଇଛନ୍ତି । ସେହିପରି ଜଣେ ବାସହରା ବ୍ୟକ୍ତିର ଘରଟିଏ ନିର୍ମାଣ କରିଛନ୍ତି ସୋନୁ । ଯାହାର ନାମ ମଧ୍ୟ ସେ ବ୍ୟକ୍ତି ରଖିଛନ୍ତି ‘ସୋନୁ ନିବାସ’ । ଏବଂ ନିଜ ପାଇଁ ଭଗବାନ ବୋଲି ବର୍ଣ୍ଣନା କରିଛନ୍ତି ବାସହରା ବ୍ୟକ୍ତି ଜଣଙ୍କ । ସତରେ ଏହି ବ୍ୟକ୍ତିଜଣଙ୍କର ଭାବପୂର୍ଣ୍ମ ବାର୍ତ୍ତା ହିଁ ବହନ କରୁଛି, ସାବାସ ସୋନୁ ... ।

Last Updated : Aug 21, 2020, 11:20 PM IST

ABOUT THE AUTHOR

...view details