ଓଡିଶା

odisha

ଜାଣନ୍ତୁ କେବେ ଚାର୍ଜ ନେବେ ଶିବସେନା-ଏନସିପି-କଂଗ୍ରେସ ସରକାର

By

Published : Nov 17, 2019, 11:22 PM IST

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ଓ ସରକାର ଗଠନ ନେଇ ଶିବସେନା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଉତ ରବିବାର ବଡ ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ଓ ସରକାର ଗଠନ ନେଇ ଶିବସେନା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଉତ ରବିବାର ବଡ ବୟାନ ଦେଇଛନ୍ତି । ଶିବସେନା-ଏନସିପି ଓ କଂଗ୍ରେସ ଦ୍ବାରା ଗଠିତ ସରକାର ଡିସେମ୍ବର ପ୍ରଥମ ସପ୍ତାହରେ ମହାରାଷ୍ଟ୍ରରେ ସରକାର କାର୍ଯ୍ୟଭାର ସମ୍ଭାଳିବେ । ଶିବସେନା, ଏନସିପି ଓ କଂଗ୍ରେସର ନେତା ଏକାଠି କମନ ମିନିମମ ପ୍ରୋଗ୍ରାମ ବା ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହାସହ ଶିବସେନା ଆଗାମୀ 5ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରେ ରହିବ ବୋଲି ଦୃଢୋକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଯେ, ସୋମବାର ଏନସିପି ସୁପ୍ରିମୋ ଶରଦ ପାୱାର କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ପାଇଁ ନୂଆଦିଲ୍ଲୀ ଯିବେ। ଏନସିପି ପ୍ରବକ୍ତା ନୱାବ ମଲ୍ଲିକ ରବିବାର ସଂଧ୍ୟାରେ ଶରଦ ପାୱାରଙ୍କ ବାସଭବନରେ ଦଳର କୋର କମିଟି ବୈଠକ ପରେ ଏହି ଘୋଷଣା କରିଛନ୍ତି ।


ନୱାବ ମଲ୍ଲିକ କହିଛନ୍ତି ଯେ, କୋର କମିଟିରେ ବିଚାର ପରେ ମହାରାଷ୍ଟ୍ରରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ସମାପ୍ତ ହେବା ଆବଶ୍ୟକ ରହିଛି ଓ ରାଜ୍ୟରେ ଏକ ବୈକଳ୍ପିକ ସରକାର ଗଠନ ହେବ ।

ABOUT THE AUTHOR

...view details