ଓଡିଶା

odisha

By

Published : Dec 14, 2020, 12:08 PM IST

ETV Bharat / bharat

ଡିସେମ୍ବର 16ରେ ଚାଷୀ ଆନ୍ଦୋଳନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଦିଲ୍ଲୀ ସୀମାରେ କୃଷି ଆଇନକୁ ନେଇ ଚାଷୀଙ୍କ ବିରୋଧକୁ ତୁରନ୍ତ ହଟାଇବାକୁ ଡିସେମ୍ବର 16ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନର ଶୁଣାଣି କରିବେ ସୁପ୍ରିମକୋର୍ଟ
ଚାଷୀ ଆନ୍ଦୋଳନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାରା ଦେଶରେ ତେଜିଛି ଚାଷୀ ଆନ୍ଦୋଳନ । ତିନୋଟି ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାନ୍ତରେ ବିରୋଧ କରୁଥିବା ଚାଷୀଙ୍କୁ ତୁରନ୍ତ ହଟାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଡିସେମ୍ବର 16ରେ ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ତଥ୍ୟ ଅନୁସାରେ, କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏ ନେଇ ରାସ୍ତା ଜାମ ହେବା ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ କୋଭିଡ-19 ନିୟମର ଉଲଘଂନ ହେଉଥିବାର ନଜର ଆସିଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନ ବିଚାରପତି ଏସ୍ ବୋବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟନ ଦାଖଲ ହୋଇଥିବା ଆବେଦନ ଉପରେ ଡିସେମ୍ବର 16ରେ ଶୁଣାଣି କରିବେ ବୋଲି ସୂଚନା ଦେଇଛନ୍ତି ।

ଆଜି ଦିଲ୍ଲୀ ସୀମାରେ ଉପବାସ ରହି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ଦିଲ୍ଲୀ ସୀମାରେ ଅଧିକରୁ ଅଧିକ ଚାଷୀ ରୁଣ୍ଡ ହେଉଥିବାରୁ ରାଜସ୍ଥାନ ଓ ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅନ୍ୟପଟେ କୃଷକଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି କୃଷକ ଆନ୍ଦୋଳନକୁ ଲକ୍ଷ୍ୟ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପୁଣି ଥରେ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details