ଥିରୁଅନନ୍ତପୁରମ୍: 12 କୋଟିର ଲଟେରୀ । ନେଦୁମକନ୍ଦମର ବାସିନ୍ଦା ଅନନ୍ତଙ୍କ ଭାଗ୍ୟରେ ଲଟେରୀ ଲାଗିଛି, ସେ ପୁଣି 12 କୋଟିର । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଓନମ୍ ବମ୍ପର ଲଟେରୀରେ 12 କୋଟିର ଲଟେରୀ ଜିତିଛନ୍ତି ଅନନ୍ତ ।
ସେ ବର୍ତ୍ତମାନ ଏର୍ଣ୍ଣାକୁଲମ୍ ମନ୍ଦିରରେ କାମ କରୁଛନ୍ତି । ଅର୍ଥର ଅଭାବ କାରଣରୁ ସେ ନିଜ ଏମବିଏ ପାଠ ପଢା ଅଧାରୁ ଛାଡି ଦେଇଥିଲେ । ତାଙ୍କ ପିତା ବିଜୟ ଜଣେ ରଙ୍ଗ କାରିଗର ଓ ମା ଏକ ଘରୋଇ ବୟନଶିଳ୍ପ ଦୋକାନର କର୍ମଚାରୀ । ଉଭୟଙ୍କ ରୋଜଗାର ସ୍ବଳ୍ପ । ତାଙ୍କ ଭାଇ ଅରବିନ୍ଦ କଟ୍ଟପାନାସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରନ୍ତି।