ଓଡିଶା

odisha

By

Published : May 20, 2020, 6:42 AM IST

ETV Bharat / bharat

କର୍ଣ୍ଣାଟକ ସ୍ଥାନୀୟ ଡାକ୍ତରଙ୍କୁ ମିଳିବ 30 ରୁ 50 ପ୍ରତିଶତ ଷ୍ଟାଇପେଣ୍ଡ

କର୍ଣ୍ଣାଟକ ସରକାର ସ୍ଥାନୀୟ ଡାକ୍ତରଙ୍କର 30 ରୁ 50 ପ୍ରତିଶତ ଷ୍ଟାଇପେଣ୍ଡ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କର୍ଣ୍ଣଟକ ସ୍ଥାନୀୟ ଡାକ୍ତରଙ୍କୁ ମିଳିବ 30 ରୁ 50 ପ୍ରତିଶତ ଷ୍ଟାଇପେଣ୍ଡ
କର୍ଣ୍ଣଟକ ସ୍ଥାନୀୟ ଡାକ୍ତରଙ୍କୁ ମିଳିବ 30 ରୁ 50 ପ୍ରତିଶତ ଷ୍ଟାଇପେଣ୍ଡ

ବେଙ୍ଗାଲୁରୁ: କୋରୋନା ଯୋଦ୍ଧା ତଥା ଡାକ୍ତରମାନଙ୍କୁ 30 ରୁ 50 ପ୍ରତିଶତ ଷ୍ଟାଇପେଣ୍ଡ ପାଇବେ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଯେବେଠାରୁ କୋରୋନା ଭାଇରସ ବ୍ୟାପିଲାଣି ସେବେଠାରୁ ରାଜ୍ୟରେ ଡାକ୍ତରମାନେ ଡ୍ୟୁଟିରେ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଡାକ୍ତରଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯାଇଛି । ନିକଟରେ ଏହି ଡାକ୍ତରମାନେ ସ୍ଥାନୀୟ ଡାକ୍ତର ସଂଘ ପକ୍ଷରୁ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ ।

କର୍ଣ୍ଣାଟକ ସରକାର 30 ରୁ 50 ପ୍ରତିଶତ ଷ୍ଟାଇପେଣ୍ଡ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କର୍ଣ୍ଣାଟକ ଆସୋସିଏସନ୍ ଅଫ୍ ରେସିଡେଣ୍ଟ ଡାକ୍ତରମାନେ ଏହି ନୂତନ ବିଜ୍ଞପ୍ତିକୁ ନେଇ ସରକାରଙ୍କୁ ସ୍ବାଗତ କରିଛନ୍ତି । ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ ଡକ୍ଟର କେ.କେ ସୁଧାକର କହିଛନ୍ତି ଯେ ସ୍ଥାନୀୟ ଡାକ୍ତରଙ୍କ ଷ୍ଟାଇପେଣ୍ଡ ମାସକୁ 20,000 ରୁ 30,000 ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହିତ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଷ୍ଟାଇପେଣ୍ଡ ମାସକୁ 45 ହଜାର, 55 ହଜାର ଏବଂ 65 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିପରି ସୁପର ସ୍ପେସିଆଲିଟି ବାସିନ୍ଦା ଡାକ୍ତରଙ୍କ ପାଇଁ ଷ୍ଟାଇପେଣ୍ଡକୁ 10 ହଜାର ଟଙ୍କା ଅଧିକ କରାଯାଇଛି । ଏହି ଷ୍ଟାଇପେଣ୍ଡ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସଂଶୋଧିତ ହୋଇଥିଲା । ହେଲେ ଏହା ପ୍ରଦାନ କରାଯାଇନଥିବାରୁ ଦୀର୍ଘ ଦିନ ଧରି ଡାକ୍ତର ସଂଘ ଆନ୍ଦୋଳନ କରିଆସୁଥିଲେ ।

For All Latest Updates

TAGGED:

ABOUT THE AUTHOR

...view details