ମହାମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ ଅନେକଙ୍କ ପାଇଁ ଅବସାଦ ଓ ବିରକ୍ତିବୋଧ ଆଣିଛି । ଏହି କିଛି କାରଣରୁ ଲୋକେ ଆବଶ୍ୟକତାରୁ ଅଧିକ ଖାଇଛନ୍ତି । ଫଳରେ ଅଜାଣତରେ ସେମାନଙ୍କର ଓଜନ ଅହେତୁକ ଭାବେ ବୃଦ୍ଧି ପାଇଛି । ଓଭରୱେଟିଂ ସହ ଇମୋସୋନାଲ ଇଟିଂ ଓଜନ ବୃଦ୍ଧିର କାରଣ । କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ରହିଛି, ଯାହା କି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏସବୁ ଖାଦ୍ୟଠୁ ଦୂରେଇ ରହିଲେ ଓଜନ ବୃଦ୍ଧି ହେବ ନାହିଁ ।
୧. ସୁଗାରୀ ସୋଡା
ଚିନି ଯୁକ୍ତ ସୋଡାରେ କିଛି କ୍ୟାଲୋରୀ ନଥାଏ । ଶରୀରକୁ କୌଣସି ପୋଷଣ ଏଥିରୁ ମିଳେ ନାହିଁ । ଅଧ୍ୟୟନରୁ ଜଣାପଡିଛି ଯେ ସୁଗାରୀ ସୋଡା ବ୍ୟବହାର କରୁଥିବା ଲୋକଙ୍କ ଓଜନରେ ବୃଦ୍ଧି ଘଟିଥାଏ । ଏହାଛଡା ଏହା ନିୟମିତ ଭାବେ ଗ୍ରହଣ କଲେ ମେଦବହୁଳତା, ଟାଇପ୍ ଟୁ ଡାଇବେଟିସ୍ ଓ ହୃଦଜନିତ ରୋଗ ହୋଇଥାଏ ।
୨. ପିଜା
ପିଜା ବାର୍ରେ ଆପଣ ଖାଉଥିବା ପିଜା ସ୍ବାସ୍ଥ୍ୟକର ନୁହେଁ । ଅସ୍ବାସ୍ଥ୍ୟକର କ୍ୟାଲୋରୀରେ ଭରପୂର ଥାଏ ପିଜା । ଲୋକପ୍ରିୟ କିସମର ପିଜା ରିଫାଇନଟ୍ ଅଟାରେ ପ୍ରସ୍ତୁତ ହୋଇଥାଏ । ଏଥିସହ ଏଥିରେ ପନିର ଓ ପ୍ରକ୍ରିୟାକୃତ ମାଂସ ବି ପଡିଥାଏ । ଅଧିକ ପରିମାଣରେ ଏହି ମାଂସ ଖାଇଲେ ମେଦବହୁଳତା, ହୃଦଜନିତ ରୋଗ, କ୍ୟାନସର ବି ହୋଇଥାଏ । ତେଣୁ ସ୍ବାସ୍ଥ୍ୟକର ଉପାଦାନରେ ନିର୍ମିତ ପିଜା ଖାଇବା ବିଧେୟ । ଘରେ ପିଜା ପ୍ରସ୍ତୁତ କରି ଖାଇଲେ ଭଲ ।
୩. ଡୋନଟସ୍
ଡୋନଟ୍ସରେ ଉଚ୍ଚମାତ୍ରାରେ କ୍ୟାଲୋରୀ, ଶର୍କରା ଓ ରିଫାଇନଡ୍ ଅଟା ଥାଏ । ଏଗୁଡିକ ତେଲରେ ଭଲ ଭାବେ ଫ୍ରାଏ ହୋଇଥାଏ ।ଏଥିସହିତ ଚକୋଲେଟ୍ ସସ୍ ଓ ଅନ୍ୟ ମିଠା ଉପାଦାନ ଡୋନଟସରେ ପଡେ । ଫଳରେ ଏହା ଖାଇଲେ ଚବି ବୃଦ୍ଧି ହୋଇଥାଏ । ଇଛା ହେଲେ ଡୋନଟସ୍ କମ ହିଁ ଖାଆନ୍ତୁ ।