ଓଡିଶା

odisha

By

Published : Nov 15, 2019, 11:44 PM IST

ETV Bharat / bharat

ପଢନ୍ତୁ, ଦିଲ୍ଲୀ ନର୍ସରୀ ଛାତ୍ରଙ୍କ ‘ପ୍ରଦୂଷଣ ରଚନା’

ଦିଲ୍ଲୀରେ ବାରମ୍ବାର ପ୍ରଦୂଷଣକୁ ନେଇ ସ୍କୁଲ ଛୁଟି ହେବା ପରେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ନର୍ସରୀ ଛାତ୍ରଙ୍କ ‘ପ୍ରଦୂଷଣ ରଚନା’ । ଅଧିକ ପଢନ୍ତୁ ...

ଦିଲ୍ଲୀ ନର୍ସରୀ ଛାତ୍ରଙ୍କ ‘ପ୍ରଦୂଷଣ ରଚନା’

ନୂଆଦିଲ୍ଲୀ: ଦୀପାବଳି ପରେ ବିଷ ବଳୟରେ ଢାଙ୍କି ହୋଇ ରହିଛି ରାଜଧାନୀର ଆକାଶ । ଚାରିଆଡେ କେବଳ ଧୂଆଁ ହିଁ ଧୂଆଁ । ସକାଳ କି ଦିନ କିଛି ବି ସ୍ପଷ୍ଟ ବାରି ହେଉନି । ଏମିତିରେ ସ୍କୁଲ ଛୁଟି ନେଇ ବାରମ୍ବାର ଘୋଷଣା ଏବେ କୁନି କୁନି ପିଲାଙ୍କ ମନରେ ପ୍ରଦୂଷଣକୁ ନେଇ ସୃଷ୍ଟି କରିଛି କିଛି କୌତୁହଳ ଚିନ୍ତାଧାରା । ଏନେଇ ଦିଲ୍ଲୀର ଜଣେ ନର୍ସରୀ ଛାତ୍ର ଲେଖିଛନ୍ତି ପ୍ରଦୂଷଣ ରଚନା । ପଢନ୍ତୁ କ’ଣ ରହିଛି ଏହି ରଚନାରେ...

ଦିଲ୍ଲୀ ଏନସିଆର୍‌ରେ ଦିନକୁ ଦିନ ବଢୁଥିବା ପ୍ରଦୂଷଣକୁ ନଜରରେ ରଖି ଶିଶୁଟି ଏହାକୁ ଦିଲ୍ଲୀର ଏକ ପ୍ରମୁଖ ପର୍ବ ଭାବେ ନିଜ ରଚନାରେ ବର୍ଣ୍ଣନା କରିଛି । ସେ ଏହା ଲେଖିଛି କି ‘ଏବେଠାରୁ ଦିଲ୍ଲୀର ଏକ ପ୍ରମୁଖ ପର୍ବ ହେଉଛି ପ୍ରଦୂଷଣ । ଏହି ପର୍ବରେ ଆମକୁ ଦିପାବଳୀଠାରୁ ବି ଅଧିକ ଛୁଟି ମିଳେ । ଦିପାବଳୀରେ 4 ଦିନ ଛୁଟି ମିଳୁଥିବା ବେଳେ ପ୍ରଦୂଷଣରେ ଆମକୁ 6+2=8 ଦିନ ଛୁଟି ମିଳୁଛି । ଏଥିରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ମାସ୍କ ବ୍ୟବହାର କରନ୍ତି । ଘରେ ଖାଦ୍ୟ ପ୍ରସ୍ତୁତିରେ ଗୋଲମରିଚ, ମହୁ, ଅଦା ଆଦି ଅଧିକ ବ୍ୟବହାର ହୁଏ । ଅନ୍ୟ ପର୍ବ ଅପେକ୍ଷା ଏହି ପର୍ବ ପିଲାମାନଙ୍କର ଅଧିକ ପସନ୍ଦ ।’

ପ୍ରଦୂଷଣକୁ ନେଇ ଦିଲ୍ଲୀବାସୀ ନାକେଦମ ହୋଇଥିବା ବେଳେ ନର୍ସରୀ ପିଲାଟିର ପ୍ରଦୂଷଣକୁ ନେଇ ଏହି ରଚନା ଏବେ ସୋସିଆଲ ମିଡିଆରେ ଛାଇଯାଇଛି । ସବୁଆଡେ ଏବେ ଏହି ରଚନାର ଚର୍ଚ୍ଚା । ସତରେ ପିଲାଙ୍କ ମନ ଯେ କେତେ କୋମଳ ଓ ପ୍ରତିଟି ଜିନିଷ ପ୍ରତି ସେମାନେ କେତେ ସକାରାତ୍ମକ ତାହା ଏହି ରଚନା ସ୍ପଷ୍ଟ କରେ ।

ABOUT THE AUTHOR

...view details