ଓଡିଶା

odisha

By

Published : Oct 11, 2020, 8:37 PM IST

ETV Bharat / bharat

ବିହାର ନିର୍ବାଚନ: କଂଗ୍ରେସ ପରିଚାଳନା ଏବଂ ସମନ୍ୱୟ କମିଟିର ଅଧ୍ୟକ୍ଷ ହେଲେ ରଣଦୀପ ସିଂ ସୁରଜେୱାଲା

କଂଗ୍ରେସ ରଣଦୀପ ସିଂ ସୁରଜେୱାଲାଙ୍କୁ ବିହାର ନିର୍ବାଚନ ପରିଚାଳନା ଏବଂ ସମନ୍ୱୟ କମିଟିର ସଭାପତି ଭାବେ ନିଯୁକ୍ତ କରିଛି। ତାଙ୍କୁ ଦଳର ଷ୍ଟାର ପ୍ରଚାରକ ମଧ୍ୟ କରାଯାଇଛି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: କଂଗ୍ରେସ ପରିଚାଳନା ଏବଂ ସମନ୍ୱୟ କମିଟିର ଅଧ୍ୟକ୍ଷ ହେଲେ ରଣଦୀପ ସିଂ ସୁରଜେୱାଲା
ବିହାର ନିର୍ବାଚନ: କଂଗ୍ରେସ ପରିଚାଳନା ଏବଂ ସମନ୍ୱୟ କମିଟିର ଅଧ୍ୟକ୍ଷ ହେଲେ ରଣଦୀପ ସିଂ ସୁରଜେୱାଲା

ଚଣ୍ଡିଡ : ଏଆଇସିସି ପକ୍ଷରୁ କଂଗ୍ରେସର ରାଷ୍ଟ୍ରୀୟ ସଚିବ ରଣଦୀପ ସୁରଜେୱାଲାଙ୍କୁ ବିହାର ନିର୍ବାଚନର ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ଦଳ ତାଙ୍କୁ ବିହାର ନିର୍ବାଚନ ପରିଚାଳନା ଏବଂ ସମନ୍ୱୟ କମିଟିର ଅଧ୍ୟକ୍ଷ କରାଯାଇଛି । ସେହିପରି ଏହି କମିଟିରେ କଂଗ୍ରେସ ଜାତୀୟ ମୁଖପାତ୍ର ମୋହନ ପ୍ରକାଶ ମଧ୍ୟ ରହିଛନ୍ତି ।

ବିହାର ନିର୍ବାଚନ: କଂଗ୍ରେସ ପରିଚାଳନା ଏବଂ ସମନ୍ୱୟ କମିଟିର ଅଧ୍ୟକ୍ଷ ହେଲେ ରଣଦୀପ ସିଂ ସୁରଜେୱାଲା

ବିହାର ବିଧାନସଭା ନିର୍ବାଚନ 2020 ର ପ୍ରଥମ ପର୍ଯ୍ୟାୟ ପାଇଁ 21 ଜଣ ପ୍ରାର୍ଥୀଙ୍କ ତାଲିକା କଂଗ୍ରେସ ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର 28 ରେ ମତଦାନ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା 8 ଅକ୍ଟୋବରରେ ଶେଷ ହେବ | ଏହାପୂର୍ବରୁ ଜେଡିୟୁ ଏହାର ସମସ୍ତ 115 ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସର ସହଯୋଗୀ ଆରଜେଡି ମଧ୍ୟ 42 ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ବିହାର ବିଧାନସଭା ନିର୍ବାଚନ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଅକ୍ଟୋବର 28 ରେ ଅନୁଷ୍ଠିତ ହେବ | ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 3 ରେ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର 7 ରେ ଅନୁଷ୍ଠିତ ହେବ। ଭୋଟ୍ ଗଣନା 10 ନଭେମ୍ବରରେ କରାଯିବ |

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details