ଓଡିଶା

odisha

By

Published : Nov 21, 2019, 7:51 PM IST

ETV Bharat / bharat

ଇତିହାସ ରଚିଲେ ରାଜସ୍ଥାନର ମୟଙ୍କ, 21 ବର୍ଷ ବୟସରେ ହେବେ ବିଚାରପତି

ଜୟପୁରର ମୟଙ୍କ ପ୍ରତାପ ସିଂହ ମାତ୍ର 21 ବର୍ଷ ବୟସରେ ରାଜସ୍ଥାନ ଜୁଡିସିଆଲ୍‌ ସର୍ଭିସ ପରୀକ୍ଷା(RJS)ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏବେ ସେ ରାଜ୍ୟ ସର୍ବ କନିଷ୍ଠ ବିଚାରପତି ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ଜୟପୁର: ଜୟପୁରର ମୟଙ୍କ ପ୍ରତାପ ସିଂହ ଇତିହାସ ସୃଷ୍ଟି କରିଛନ୍ତି । ମାତ୍ର 21 ବର୍ଷ ବୟରେ ସେ ରାଜସ୍ଥାନ ଜୁଡିସିଆଲ୍‌ ସର୍ଭିସ ପରୀକ୍ଷା(RJS)ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏବେ ସେ ରାଜ୍ୟର ସର୍ବ କନିଷ୍ଠ ବିଚାରପତି ହେବାକୁ ଯାଉଛନ୍ତି ।

ସୂଚନା ଯେ, ରାଜସ୍ଥାନ ହାଇକୋର୍ଟ ପକ୍ଷରୁ ରାଜସ୍ଥାନ ନ୍ୟାୟିକ ସେବା(ଆରଜେଏସ)ପରୀକ୍ଷା ଫଳ ଘୋଷଣା ହୋଇଛି । ଏଥିରେ ମୟଙ୍କ ପ୍ରତାପ ସିଂହ ଟପ୍‌ରେ ରହିଛନ୍ତି । ମୟଙ୍କ ପ୍ରଥମ ପ୍ରସାୟରେ ହିଁ ସଫଳତା ହାସଲ କରିଛନ୍ତି । ମୟଙ୍କ ଚଳିତ ବର୍ଷ ରାଜସ୍ଥାନ ୟୁନଭରର୍ସିଟିରୁ ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚଳିତ ବର୍ଷ ରାଜସ୍ଥାନ ହାଇକୋର୍ଟ ଏହି ପରୀକ୍ଷା ପାଇଁ ସର୍ବନିମ୍ମ ବୟୟ ସୀମା 21 ବର୍ଷକୁ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ସର୍ବନିମ୍ନ ବୟସ ସୀମା ଥିଲା ୨୩ ବର୍ଷ। ମୟଙ୍କ ଜୟପୁରର ମାନସରୋବର ଅଞ୍ଚଳର ବାସିନ୍ଦା ଅଟନ୍ତି ।

ଏହି ପରୀକ୍ଷାରେ ମୟଙ୍କ ଟପ୍‌ରେ ଥିବା ବେଳେ ତନୱି ମାଥୁର ଦ୍ବିତୀୟ ସ୍ଥାନରେ ରହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଆରଜେଏସ ଭର୍ତ୍ତି 2018 ପାଇଁ ସେପ୍ଟେମ୍ବରରେ ମୁଖ୍ୟ ପରୀକ୍ଷା ଆୟୋଜନ କରାଯାଇଥିଲା । ପରେ 16 ଅକ୍ଟୋବରରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏହାପରେ ନଭେମ୍ବର 9 ତାରିଖରେ ଇଣ୍ଟରଭିୟ୍ୟୁ ପ୍ରକ୍ରିୟା ହୋଇଥିଲା । ଶେଷରେ 19 ନଭେମ୍ବରରେ ଅନ୍ତିମ ଫଳାଫଳ ଘୋଷଣା ହୋଇଥିଲା ।

ABOUT THE AUTHOR

...view details