ଓଡିଶା

odisha

ରାଜସ୍ଥାନର 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା; ଆଜି ହାଇକୋର୍ଟରେ ଶୁଣାଣି

By

Published : Jul 30, 2020, 8:29 AM IST

6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାର ଆଜି ରାଜସ୍ଥାନ ହାଇକୋର୍ଟରେ ଶୁଣାଣି । ବିଜେପି ବିଧାୟକ ମଦନ ଦିଲାବରଙ୍କ ଯାଚିକା ଉପରେ ଶୁଣାଣି କରିବେ ହାଇକୋର୍ଟ ।

ରାଜସ୍ଥାନର 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା; ଆଜି ହାଇକୋର୍ଟରେ ଶୁଣାଣି
ରାଜସ୍ଥାନର 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲା; ଆଜି ହାଇକୋର୍ଟରେ ଶୁଣାଣି

ଜୟପୁର:ରାଜସ୍ଥାନରେ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ମାମଲାକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି । ବିଜେପି ବିଧାୟକ ମଦନ ଦିଲାବରଙ୍କ ଯାଚିକା ଓ ବିଏସପି ମହାସଚିବ ସତୀଶ ମିଶ୍ରାଙ୍କ ଯାଚିକା ଉପରେ ଶୁଣାଣି କରିବେ ହାଇକୋର୍ଟ ।

2019 ମସିହା ଡିସେମ୍ବର 18 ତାରିଖରେ ବିଏସପିର 6 ଜଣ ବିଧାୟକ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିଜେପି ବିଧାୟକ ମଦନ ଦିଲାବର ।

ସେହିପରି ବିଏସପି ମଧ୍ୟ ଏହି ମାମଲାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛି । ବିଏସପି ମହାସଚିବ ସତୀଶ ମିଶ୍ରା ଏନେଇ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି । ଯାହାର ଶୁଣାଣି ଆଜି ହେବାର ଅଛି । ସେପଟେ 6 ବିଏସପି ବିଧାୟକ ଏବେ କଂଗ୍ରେସ ବିଧାୟକଙ୍କ ସହିତ ହୋଟେଲରେ ରହିଛନ୍ତି ।

ସୂଚନାଥାଉକି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details