ଓଡିଶା

odisha

By

Published : Mar 13, 2019, 11:42 PM IST

ETV Bharat / bharat

ୟୁପିରେ ବଦଳୁଛି ନିର୍ବାଚନ ପାଣିପାଗ, ହାତ ଧରିବେ ଚନ୍ଦ୍ରଶେଖର !

ସାକ୍ଷାତ ପରେ ପ୍ରିୟଙ୍କା କହିଛନ୍ତି ଯେ, ଅହଙ୍କାରୀ ସରକାର ଯୁବବର୍ଗଙ୍କ ସ୍ବରକୁ ଚାପି ଦେଉଛନ୍ତି । ଏମାନେ ହେଉଛନ୍ତି ଯୁବକ । ସରକାର ଏମାନଙ୍କୁ ନିଯୁକ୍ତି ଦେଉ ନାହାନ୍ତି । ଯଦି ଏମାନେ ସଂଘର୍ଷ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପାଇଁ ବାଜିଯାଇଛି ବିଗୁଲ । ୨୦୧୯ ରଣକ୍ଷେତ୍ର ବିଜୟ ପାଇଁ ଲାଗିଛନ୍ତି ରାଜନୈତିକ ଦଳ । ଏନେଇ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ଆରମ୍ଭ ହୋଇଯାଇଛି ମେଣ୍ଟପର୍ବ । ତେବେ ଉତ୍ତର ପ୍ରଦେଶରୁ ଅଧିକ ଆସନ ବିଜୟ ଲକ୍ଷ୍ୟରେ ଥାନ୍ତି ସମସ୍ତ ରାଜନୈତିକ ଦଳ ।

ଏହି କ୍ରମରେ ୟୁପିରେ ଏକାକୀ କଂଗ୍ରେସ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛି । ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳ ତରଫରୁ କରାଯାଇଛି ପୂର୍ବ ୟୁପିର ପ୍ରଭାରୀ । ସେ ଦଳକୁ ସୁଦୃଢ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ ଆଜି ସେ ମିରଟ ହସ୍ପିଟାଲରେ ଭର୍ତ୍ତି ଭୀମ ଆର୍ମୀର ନେତା ଚନ୍ଦ୍ର ଶେଖର ଆଜାଦଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ବେଳେ ଦଳର ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ ।

ସାକ୍ଷାତ ପରେ ପ୍ରିୟଙ୍କା କହିଛନ୍ତି ଯେ, ଅହଙ୍କାରୀ ସରକାର ଯୁବବର୍ଗଙ୍କ ସ୍ବରକୁ ଚାପି ଦେଉଛନ୍ତି । ଏମାନେ ହେଉଛନ୍ତି ଯୁବକ । ସରକାର ଏମାନଙ୍କୁ ନିଯୁକ୍ତି ଦେଉ ନାହାନ୍ତି । ଯଦି ଏମାନେ ସଂଘର୍ଷ କରୁଛନ୍ତି ତେବେ କରିବାକୁ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏହି ସାକ୍ଷାତ ପରେ ଭୀମ ଆର୍ମୀ ଅଧ୍ୟକ୍ଷ ଚନ୍ଦ୍ରଶେଖର କଂଗ୍ରେସର ସଦସ୍ୟତା ଗ୍ରହଣ କରିପାରନ୍ତି ବା କଂଗ୍ରେସ ସହ ମେଣ୍ଟ କରିବା ନେଇ ଅନୁମାନ କରାଯାଉଛି । ଆଗାମୀ ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢିବା ନେଇ କହି ସାରିଲେଣି ଚନ୍ଦ୍ରଶେଖର ।

ମାର୍ଚ୍ଚ ୧୫ରେ ଦିଲ୍ଲୀରେ ବହୁଜନ ହୁଙ୍କାର ରାଲି କରିବା ନେଇ ରଣହୁଙ୍କାର ଦେଇ ସାରିଲେଣି ସେ । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ମଙ୍ଗଳବାର ତାଙ୍କୁ ପୋଲିସ ଦେବବନ୍ଦରୁ ଗିରଫ କରିଥିଲା । ତେବେ ସ୍ବାସ୍ଥ୍ୟ ଖରାପ ହେବା କାରଣରୁ ମିରଟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ABOUT THE AUTHOR

...view details