ଓଡିଶା

odisha

By

Published : Feb 23, 2020, 9:03 PM IST

ETV Bharat / bharat

ଭାରତ ଯାତ୍ରା ପାଇଁ ଆମେରିକାରୁ ଉଡାଣ ଭରିଲେ ରାଷ୍ଟ୍ରପତି ଟ୍ରମ୍ପ

ହ୍ବାଇଟ ହାଉସରୁ ହେଲିକାପ୍ଟର ଯୋଗେଁ ଏୟାରବେସ ପହଞ୍ଚିବା ପରେ ସେଠାରୁ ନିଜର ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ଓ୍ବାନ ଯୋଗେଁ ଭାରତ ଯାତ୍ରା ପାଇଁ ଉଡାଣ ଭରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଅଧିକ ପଢନ୍ତୁ...

ଭାରତ ଯାତ୍ରା ପାଇଁ ଆମେରିକାରୁ ଉଡାଣ ଭରିଲେ ରାଷ୍ଟ୍ରପତି ଟ୍ରମ୍ପ
ଭାରତ ଯାତ୍ରା ପାଇଁ ଆମେରିକାରୁ ଉଡାଣ ଭରିଲେ ରାଷ୍ଟ୍ରପତି ଟ୍ରମ୍ପ

ଓ୍ବାସିଂଟନ: ଭାରତ ଯାତ୍ରାରେ ବାହାରିସାରିଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ ହାଉସରୁ ହେଲିକାପ୍ଟର ଯୋଗେଁ ଏୟାରବେସ ପହଞ୍ଚିବା ପରେ ସେଠାରୁ ନିଜର ସ୍ବତନ୍ତ୍ର ବିମାନ ଏୟାରଫୋର୍ସ ଓ୍ବାନରେ ଉଡାଣ ଭରିଛନ୍ତି । ସୋମବାର ଦିନ 11.40ରେ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ ଟ୍ରମ୍ପ ଦମ୍ପତି ।

ଭାରତ ଯାତ୍ରା ପାଇଁ ଆମେରିକାରୁ ଉଡାଣ ଭରିଲେ ରାଷ୍ଟ୍ରପତି ଟ୍ରମ୍ପ

ଗସ୍ତ ପୂର୍ବରୁ ଟ୍ରମ୍ପ ଟ୍ବିଟ କରି କହିଥିଲେ ଯେ ଭାରତ ଯାତ୍ରା ସମୟରେ ମୋର ପ୍ରିୟ ବନ୍ଧୁ ମୋଦିଙ୍କୁ ଭେଟିବା ପାଇଁ ମୁଁ ଉତ୍ସାହିତ ରହିଛି । ମୋଦି ମୋ ବନ୍ଧୁ । ପ୍ରଧାନମନ୍ତ୍ରୀଙ୍କ ସହ ସମୟ ବିତାଇବାକୁ ମୋତେ ବହୁତ ଭଲଲାଗେ । ଭାରତରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ କାର୍ଯ୍ୟକ୍ରମ ହେବାକୁ ଯାଉଥିବା ମୋଦି କହିଛନ୍ତି ।

ଭାରତ ଯାତ୍ରା ପାଇଁ ଆମେରିକାରୁ ଉଡାଣ ଭରିଲେ ରାଷ୍ଟ୍ରପତି ଟ୍ରମ୍ପ

ଅନ୍ୟପକ୍ଷେ ଟ୍ରମ୍ପଙ୍କ ସ୍ବାଗତ ପାଇଁ ପୁରା ପ୍ରସ୍ତୁତ ରହିଛି ଅହମଦାବାଦ ସହର । ଆମେରିକା ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତରେ ରହିବେ । ଏହି ଗସ୍ତ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅହମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି ।

@ANI

ABOUT THE AUTHOR

...view details