ଓଡିଶା

odisha

By

Published : Aug 25, 2020, 5:00 PM IST

ETV Bharat / bharat

ଗୃହ ରାଜ୍ୟମନ୍ତ୍ରୀ ଜି.କିଶାନ ରେଡ୍ଡୀଙ୍କ ଓ୍ବେବସାଇଟ ହ୍ୟାକ, ପାକିସ୍ତାନର ହାତ ଥିବା ଖୁଲାସା

ସ୍ବାଧୀନତା ଦିବସରେ ଗୃହ ରାଜ୍ୟ ରାଜ୍ୟ ମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କ ବ୍ୟକ୍ତିଗତ ୱେବସାଇଟକୁ ପାକିସ୍ତାନ ହ୍ୟାକରମାନେ ହ୍ୟାକ କରିଥିବା ସୂଚନା । ଅଧିକ ପଢନ୍ତୁ...

ଗୃହ ରାଜ୍ୟମନ୍ତ୍ରୀ ଜି.କିଶାନ ରେଡ୍ଡୀଙ୍କ ଓ୍ବେବସାଇଟ ହ୍ୟାକ, ପାକିସ୍ତାନର ହାତ ଥିବା ଖୁଲାସା
ଗୃହ ରାଜ୍ୟମନ୍ତ୍ରୀ ଜି.କିଶାନ ରେଡ୍ଡୀଙ୍କ ଓ୍ବେବସାଇଟ ହ୍ୟାକ, ପାକିସ୍ତାନର ହାତ ଥିବା ଖୁଲାସା

ହାଇଦ୍ରାବାଦ: ଗୃହ ରାଜ୍ୟମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କ ବ୍ୟକ୍ତିଗତ ୱେବସାଇଟକୁ ପାକିସ୍ତାନ ହ୍ୟାକରମାନେ ଟାର୍ଗେଟ କରିଥିବା ଖାବର ସାମ୍ନାକୁ ଆସିଛି। ସ୍ବାଧୀନତା ଦିବସରେ ଏହି ୱେବସାଇଟ ହ୍ୟାକ କରାଯାଇଥିଲା ଏବଂ ହ୍ୟାକରମାନେ ପାକିସ୍ତାନ ଏବଂ ମୁକ୍ତ କାଶ୍ମୀର ସମ୍ବନ୍ଧୀୟ ବାର୍ତ୍ତା ରଖିଥିଲେ । ଏହାସହ ଏହି ବାର୍ତ୍ତାରେ ଭାରତ ସରକାରଙ୍କୁ ମଧ୍ୟ ଚେତାବନୀ ଦିଆଯାଇଥିଲା ।

ମଙ୍ଗଳବାର ହାଇଦ୍ରାବାଦରେ ଜି କିଶାନ ରେଡ୍ଡୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ହ୍ୟାକିଂ ଘଟଣା ପରେ ୱେବସାଇଟ 'ସାମୟିକ ଭାବରେ ଉପଲବ୍ଧ ନାହିଁ' ଏବଂ ଜନସାଧାରଣଙ୍କ ପାଇଁ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରି ନାହିଁ ।

ଅଧିକାରୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ୱେବସାଇଟରେ କୌଣସି ସରକାରୀ ସମ୍ବନ୍ଧୀୟ ତଥ୍ୟ ନାହିଁ ଏବଂ ମନ୍ତ୍ରୀଙ୍କ ବ୍ୟକ୍ତିଗତ ବିବରଣୀ, ତାଙ୍କର ଜନସାଧାରଣ କାର୍ଯ୍ୟକଳାପ ଏବଂ ରାଜନୈତିକ କାର୍ଯ୍ୟକ୍ରମ ସହିତ ଜଡିତ ତଥ୍ୟ କେବଳ ଅଛି।

ABOUT THE AUTHOR

...view details