ଓଡିଶା

odisha

By

Published : Apr 22, 2020, 10:03 AM IST

ETV Bharat / bharat

ଆଜି ପୃଥିବୀ ଦିବସ, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ମୋଦି

ଆଜି ବିଶ୍ବ ପାଳୁଛି ପୃଥିବୀ ଦିବସ ବା ଆର୍ଥ ଡେ। ଏହି ଘଡିସନ୍ଧି ସମୟରେ ଆମକୁ ନିଜର ପୃଥିବୀ ମାତା ପ୍ରତି ଶଦ୍ଧ୍ରା ଓ କୃତଜ୍ଞତା ଜଣାଇବାକୁ ମୋଦି ପ୍ରେରଣା ଦେବା ଶୁଭେଚ୍ଛା ଜଣାଇଛନ୍ତି।

Modi express gratitude to our planet
ବିଶ୍ବ ପୃଥିବୀ ଦିବସ, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ବିଶ୍ବ ପାଳୁଛି ପୃଥିବୀ ଦିବସ ବା ଆର୍ଥ ଡେ। 1970 ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ଏପ୍ରିଲ 22 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଏ। ତେବେ ଯାହାର ଛାତ ତଳେ ଏତେ ବଡ ଜୀବଜଗତ ସ୍ଥାନ ପାଇଛି ତାର ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିବସ ପାଳନ କରାଯାଏ।

ବିଶ୍ବ ବର୍ତ୍ତମାନ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ତଥାପି ଏହି ଘଡିସନ୍ଧି ସମୟରେ ଆମକୁ ନିଜର ପୃଥିବୀ ମାତା ପ୍ରତି ଶଦ୍ଧ୍ରା ଓ କୃତଜ୍ଞତା ଜଣାଇବାକୁ ପଡିବ। ଏହାସହ ଏକ ସ୍ବଚ୍ଛ ଓ ସମୃଦ୍ଧ ଦେଶ ଗଠନ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶୃତି ନେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଜଣାଇଛନ୍ତି।

ଏହାସହ କୋଭିଡ୍ 19 କୁ ପରାସ୍ତ କରିବା ପାଇଁ ଆଗରେ ରହି କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର, ପୋଲିସ ଓ ସଫେଇ କର୍ମଚାରୀଙ୍କୁ ମୋଦି ଧନ୍ୟବାଦ ଜଣାଇଛନ୍ତି।

ABOUT THE AUTHOR

...view details