ଓଡିଶା

odisha

By

Published : Mar 20, 2020, 4:30 PM IST

ETV Bharat / bharat

ବାତିଲ ହେବନି ଅଯୋଧ୍ୟା ରାମ ନବମୀର କୌଣସି କାର୍ଯ୍ୟକ୍ରମ; ବିଶ୍ବହିନ୍ଦୁ ପରିଷଦ

କୋରୋନା ସତର୍କତାକୁ ନଜରଅନ୍ଦାଜ କରି ଅଯୋଧ୍ୟାରେ କୌଣସି କାର୍ଯ୍ୟକ୍ରମ ବାତିଲ ହେବ ନାହିଁ ବୋଲି କହିଛି ବିଶ୍ବହିନ୍ଦୁ ପରିଷଦ । ଅଧିକ ସୂଚନା ପାଇଁ ପଢନ୍ତୁ ...

No plans to cancel Ram Navami celebrations: VHP
ବାତିଲ ହେବନି ଅଯୋଧ୍ୟା ରାମ ନବମୀର କୌଣସି କାର୍ଯ୍ୟକ୍ରମ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ନବମୀ ସହ ଜଡିତ କୌଣସି କାର୍ଯ୍ୟକ୍ରମ ବାତିଲ କରିବାର ଯୋଜନା ନାହିଁ ବୋଲି ସୂଚନା ଦେଇଛି ଭିଏଚପି(ବିଶ୍ବହିନ୍ଦୁ ପରିଷଦ) । କେବଳ ରାମ ନବମୀ ଅବସରରେ ନିଆଯାଇଥିବା ଶୋଭାଯାତ୍ରା ଏବଂ ରାମକୋଟ ପାରିକ୍ରମାକୁ ଛାଡିଦେଲେ ବାକି ସବୁ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ବୋଲି ଭିଏଚପି ପକ୍ଷରୁ କୁହାଯାଇଛି ।

ରାମକୋଟ ପାରିକ୍ରମା ମଧ୍ୟ ଏକ ପ୍ରକାର ଶୋଭାଯାତ୍ରା ଯାହା ଏକ ସଭାରେ ଶେଷ ହୁଏ | ଭିଏଚପି ମୁଖପାତ୍ର ଶରଦ ଶର୍ମା କହିଛନ୍ତି ଯେ ରାମନବମୀ ସହ ଜଡିତ ସମସ୍ତ କାର୍ଯ୍ୟକ୍ରମ ପୂର୍ବପରି ହେବ। ସେହିଭଳି ନବରାତ୍ରୀ ସମୟରେ ବିଭିନ୍ନ ମନ୍ଦିରରେ ରାମଚରିତ ମାନସ, ସୁନ୍ଦରକାଣ୍ଡ ପାଠ ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଯଥାରିତି ଅନୁଷ୍ଠିତ ହେବ। କେବଳ ଭକ୍ତଙ୍କ ପ୍ରବଳ ସମାଗମ ହେତୁ ଶୋଭାଯାତ୍ରା ଏବଂ ରଥଯାତ୍ରା ବନ୍ଦ କରିଛୁ ବୋଲି ସେ କହିଥିଲେ ।

ମହନ୍ତ କଲ୍ୟାଣ ଦାସଙ୍କ ଅଯୋଧ୍ୟାରେ ରାମ ନବମୀ କାର୍ଯ୍ୟ ବାତିଲ ମନ୍ତବ୍ୟ ଉପରେ ମଧ୍ୟ ସେ ମତ ରଖିଥିଲେ । ଭିଏଚପି ମୁଖପାତ୍ର କହିଥିଲେ ଯେ ମୁଁ ଜାଣେ ନାହିଁ ମହନ୍ତ କଲ୍ୟାଣ ଦାସ କିଏ। ସେ ଭିଏଚପିର ସଦସ୍ୟ କିମ୍ବା ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ନୁହଁନ୍ତି।

କରୋନା ଭୟକୁ ଦୃଷ୍ଟିରେ ରଖି ମାନକମେଶ୍ବର ମନ୍ଦିର ଏବଂ ହନୁମାନ ସେତୁ ମନ୍ଦିର ସମେତ ଲକ୍ଷ୍ନୌର ସମସ୍ତ ପ୍ରମୁଖ ମନ୍ଦିର ଗୁଡ଼ିକ ବନ୍ଦ ହୋଇଯାଇଥିଲେ ମଧ୍ୟ ଅଯୋଧ୍ୟାରେ ମନ୍ଦିରଗୁଡ଼ିକ ଖୋଲା ରହିଛି |

@IANS

For All Latest Updates

TAGGED:

ccv

ABOUT THE AUTHOR

...view details