ଓଡିଶା

odisha

କୋରୋନା କହର: ରଦ୍ଦ ହେଲା ଅମରନାଥ ଯାତ୍ରା

By

Published : Jul 21, 2020, 7:19 PM IST

ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଛି । ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଜିସି ମୁର୍ମୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯାତ୍ରା ରଦ୍ଦ ନେଇ ନିଷ୍ପତ୍ତି । ଅଧିକ ପଢନ୍ତୁ...

ଅମରନାଥ ଯାତ୍ରାରେ କଣ୍ଟା ସାଜିଲା କୋରୋନା
ଅମରନାଥ ଯାତ୍ରାରେ କଣ୍ଟା ସାଜିଲା କୋରୋନା

ଶ୍ରୀନଗର: ଚଳିତ ଥର ହେବନାହିଁ ଅମରନାଥ ଯାତ୍ରା । ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଛି । ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଜିସି ମୁର୍ମୁ ଅମରନାଥ ଯାତ୍ରାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ । ଏଥିରେ ଶ୍ରୀଅମରନାଥ ବୋର୍ଡର ମୁଖ୍ୟ ସଦସ୍ୟଙ୍କ ସହ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ରହିଥିଲେ । ତେବେ ଦୀର୍ଘ ଘଣ୍ଟାର ଚର୍ଚ୍ଚା ପରେ ଏହି ଯାତ୍ରା ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଅମରନାଥ ଯାତ୍ରା ରଦ୍ଦ ନେଇ ଭିଡିଓ କନଫରେନ୍ସିଂ ଯୋଗେଁ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜାମ୍ମୁ ଓ କାଶ୍ମୀର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି । କୋରୋନା ମହାମାରୀର ସଂକ୍ରମଣ ପାଇଁ ଏଥିର ଅମରନାଥ ଯାତ୍ରା ରଦ୍ଦ ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି ।

ପୂର୍ବରୁ ଜୁଲାଇ 13ରେ ଅମରନାଥ ଯାତ୍ରା ରଦ୍ଦ ନେଇ ଦାଏର ଯାଚିକାକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । ଏହାସହ ଶ୍ରଦ୍ଧାଳୁଙ୍କୁ ଘରେ ଥାଇ ଟିଭି ମାଧ୍ୟମରେ ଲାଇଭ ଦର୍ଶନ କରାଇବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ପୂର୍ବ ବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାରା 370 ଉଚ୍ଛେଦକୁ ନେଇ ଅମରନାଥ ଯାତ୍ରାକୁ ଅଧାରୁ ସ୍ଥଗିତ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details