ଓଡିଶା

odisha

By

Published : Jun 15, 2019, 7:48 PM IST

Updated : Jun 18, 2019, 10:55 AM IST

ETV Bharat / bharat

ନ୍ୟୁ ଇଣ୍ଡିଆର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ, ଭାରତ ହେବ 5 ଲକ୍ଷ କୋଟିର ଅର୍ଥବ୍ୟବସ୍ଥା

ପ୍ରଧାନମନ୍ତ୍ରୀ ଭାରତକୁ 2024 ସୁଦ୍ଧା ୫ ଲକ୍ଷ କୋଟିର ଅର୍ଥବ୍ୟବସ୍ଥା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି । ଏହା କଠିନ ହେଲେ ମଧ୍ୟ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛନ୍ତି ମୋଦି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରସ୍ତୁତ ହେଲା ନ୍ୟୁ ଇଣ୍ଡିଆର ରୋଡମ୍ୟାପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ଆୟୋଗର ବୈଠକରେ ଦେଶକୁ ଆର୍ଥିକ ମହାଶକ୍ତି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ଭାରତକୁ 2024 ସୁଦ୍ଧା ୫ ଲକ୍ଷ କୋଟିର ଅର୍ଥବ୍ୟବସ୍ଥା କରିବାର ଲକ୍ଷ୍ୟ ରଖିଛନ୍ତି । ଏହା କଠିନ ହେଲେ ମଧ୍ୟ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ 2024 ସୁଦ୍ଧା ୫ ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଲକ୍ଷ୍ୟ ଚ୍ୟାଲେଞ୍ଜିଂ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଏହାକୁ ହାସଲ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ମାନଙ୍କୁ ସମ୍ବୋଧନ କରି କହିଛନ୍ତି ମୋଦି । ଏଥିପାଇଁ ରାଜ୍ୟଗୁଡିକୁ ନିଜର ଆର୍ଥିକ କ୍ଷମତାକୁ ଚିହ୍ନିବାକୁ ପଡିବ ଏବଂ ଜିଡିପି ଲକ୍ଷ୍ୟକୁ ବୃଦ୍ଧି କରିବାକୁ ହେବ । ଏଥିପାଇଁ ଜିଲ୍ଲାସ୍ତରରୁ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି । ଏହା ବ୍ୟତିତ ମୋଦି ସବକା ସାଥ, ସକବା ବିକାଶ, ସବକା ବିଶ୍ଵାସର ମନ୍ତ୍ରକୁ ପୂରା କରିବାରେ ନୀତି ଆୟୋଗର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ।


ସୂଚନା ଯୋଗ୍ୟ ଯେ, ନୂଆ ସରକାର ଗଠନ ହେବା ପରେ ଏହା ସରକାରଙ୍କ ପ୍ରଥମ ନୀତି ଆୟୋଗ ବୈଠକ । ନୀତି ଆୟୋଗର ଏହି ପଞ୍ଚମ ବୈଠକ ଦିଲ୍ଲୀରେ ଚାଲିଛି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ବୈଠକରେ ମମତା ବାନାର୍ଜୀ, କେ ଚନ୍ଦ୍ରଶେଖର ରାଓ ଏବଂ କ୍ୟାପଟେନ ଅମରିନ୍ଦରଙ୍କୁ ଛାଡିଦେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି ।

Last Updated : Jun 18, 2019, 10:55 AM IST

ABOUT THE AUTHOR

...view details