ଓଡିଶା

odisha

By

Published : Oct 30, 2020, 3:59 PM IST

ETV Bharat / bharat

INS କୋରାରୁ ମିସାଇଲ ଉତକ୍ଷେପଣ, ଧ୍ବଂସ ହେଲା ଟାର୍ଗେଟ

ଶୁକ୍ରବାର ନିଜ ଶକ୍ତିରେ ଆଉ ଏକ ସଫଳତା ଯୋଡିଛି ଭାରତୀୟ ନୌସେନା । ଆଇଏନଏସ କୋରାରୁ ଆଣ୍ଟି ସିପ ମିସାଇଲ ଉତକ୍ଷେପଣ କରି ଭାରତୀୟ ନୌସେନା ରଚିଛି ଇତିହାସ । ଅଧିକ ପଢନ୍ତୁ...

INS କୋରାରୁ ମିସିଆଇଲ ଉତକ୍ଷେପଣ, ଧ୍ବଂସ ହେଲା ଟାର୍ଗେଟ
INS କୋରାରୁ ମିସିଆଇଲ ଉତକ୍ଷେପଣ, ଧ୍ବଂସ ହେଲା ଟାର୍ଗେଟ

କୋଲକାତା: ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିଚାଲିଛି ଭାରତୀୟ ସେନା । ଏହି କ୍ରମରେ ଶୁକ୍ରବାର ନିଜ ଶକ୍ତିରେ ଆଉ ଏକ ସଫଳତା ଯୋଡିଛି ଭାରତୀୟ ନୌସେନା । ଆଇଏନଏସ କୋରାରୁ ଆଣ୍ଟି ସିପ ମିସାଇଲ ଉତକ୍ଷେପଣ କରି ଭାରତୀୟ ନୌସେନା ରଚିଛି ଇତିହାସ ।

ଶୁକ୍ରବାର ପଶ୍ଚିମବଙ୍ଗର ଖାଡିରେ ଆଣ୍ଟି ସିପ ମିସାଇଲର ସଫଳ ଉତକ୍ଷେପଣ ହୋଇଛି । ସୂଚନା ଅନୁଯାୟୀ ଏହି ମିସାଇଲ ସଠିକ ଭାବେ ଲକ୍ଷ ଭେଦ କରିଥିବା ବେଳେ ଟାର୍ଗେଟକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି ।

INS କୋରାରୁ ମିସିଆଇଲ ଉତକ୍ଷେପଣ, ଧ୍ବଂସ ହେଲା ଟାର୍ଗେଟ

ଭାରତୀୟ ନୌସେନା ନିଜ ବୟାନରେ କହିଛି ଯେ ଆଇଏନଏସ କୋରାରୁ ଉତକ୍ଷେପଣ ହୋଇଥିବା ମିସାଇଲ ସବୁଠୁ ଅଧିକ ରେଞ୍ଜର ଏବଂ ଏହା ସଠିକ ଭାବରେ ଲକ୍ଷ ଭେଦ କରିଛି । ଆଇଏନଏସ କୋରା ହେଉଛି କୋରା ଶ୍ରେଣୀର ଯୁଦ୍ଧ ଜାହାଜ । ଏହିଭଳି ମିସାଇଲ ଉତକ୍ଷେପଣ ପାଇଁ ଏହି ଯୁଦ୍ଧ ଜାହାଜର ବ୍ୟବହାର କରାଯାଏ । ଏହାକୁ 1998ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା ।

କୋରୋନା ଯୁଦ୍ଧ ଜାହାଜର ଡିଜାଇନ ଭାରତୀୟ ନୌସେନାର ପ୍ରୋଜେକ୍ଟ 25 ଏ ଆଧାରରେ କରାଯାଇଥିଲା । ଏଥିରେ KH-35 ଆଣ୍ଟି ସିପ ମିସାଇଲ ନିୟୋଜିତ କରାଯାଇଛି । ଭାରତୀୟ ନୌସେନା ପାଖରେ ଏଭଳି 3ଟି ଯୁଦ୍ଧ ଜାହାଜ ରହିଛି । ଏଗୁଡିକ ହେଉଛି-ଆଏଏନଏସ କିର୍ଚ, ଆଇଏନଏସ କୁଳିଶ ଓ ଆଇଏନଏସ କରମୁକ ।

ABOUT THE AUTHOR

...view details