ଓଡିଶା

odisha

By

Published : Jun 3, 2020, 1:08 PM IST

ETV Bharat / bharat

ବାତ୍ୟା ନିସର୍ଗ ପାଇଁ ହେଲ୍ପଲାଇନ ନମ୍ବର, 1916 ଡାଏଲ କରି ଜାଣିପାରିବେ ତଥ୍ୟ

ମାଡି ଆସୁଥିବା ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ବୃହନ ମୁମ୍ବାଇ ମହାନଗର ନିଗମ(ବିଏମସି) ପକ୍ଷରୁ ଲୋକଙ୍କ ପାଇଁ କଣ କରିବେ, କଣ ନ କରିବେ । ଏହାର ସୂଚୀ ଜାରି କରାଯାଇଛି ।

cyclone nisarga
ମାଡିଆସୁଛି ବାତ୍ୟା ନିସର୍ଗ

ମୁମ୍ବାଇ: ମହାରାଷ୍ଟ୍ର ଆଡକୁ ମାଡିଆସୁଛି ବାତ୍ୟା ନିସର୍ଗ । କୋରୋନା ଭାଇରସରେ ମୁମ୍ବାଇ ସହର ଜୁଝି ହେଉଥିବାବେଳେ ବାତ୍ୟା ନିସର୍ଗ କଳା ବାଦଳ ଘୋଟି ଆସୁଛି । ତେବେ ବୁଧବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଥିବାବେଳେ ଘଣ୍ଟା ପ୍ରତି ପବନର ବେଗ 120 କିମି ରହିବ । ମାତ୍ର ନିସର୍ଗ ଲ୍ୟାଣ୍ଡଫଲ କରିବା ପୂର୍ବରୁ ହିଁ ଏହା ପ୍ରଭାବରେ ଗତକାଲି ରାତିଠାରୁ ପ୍ରବଳ ବର୍ଷା ପବନ ହେବା ଆରମ୍ଭ ହୋଇଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଯେତେବେଳେ ବାତ୍ୟା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବ, ସେତେବେଳେ ସମୁଦ୍ର ପତ୍ତନ ଠାରୁ ପ୍ରାୟ 6 ଫୁଟରୁ ଉର୍ଦ୍ଧ୍ବ ଉଚ୍ଚତାର ଲହରୀ ଉଠିବ । ଯାହାକୁ ଦେଖି ସୁରକ୍ଷା ପାଇଁ ମୁମ୍ବାଇରେ 80 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପଟେ ମାଡି ଆସୁଥିବା ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ବୃହନମୁମ୍ବାଇ ମହାନଗର ନିଗମ(ବିଏମସି) ପକ୍ଷରୁ ଲୋକଙ୍କ ପାଇଁ କଣ କରିବେ, କଣ ନକରିବେ । ଏହାର ସୂଚୀ ଜାରି କରାଯାଇଛି । ଏହାସହ ବିଏମସି ପକ୍ଷରୁ ଲୋକଙ୍କ ସହାୟତା ପାଇଁ ମଧ୍ୟ ଏକ ହେଳ୍ପଲାଇନ ନମ୍ବାର ଜାରି କରାଯାଇଛି ।

ତେବେ ବାତ୍ୟା ନିସର୍ଗ ସହ ସମ୍ବର୍ଦ୍ଧିତ କୌଣସି ସୂଚନା ଜାଣିବା ପାଇଁ ଚାହୁଥିଲେ, ଆପଣଙ୍କୁ 1916 ନମ୍ବର ଡାଏଲ କରି ପରେ 4 ବଟନ ପ୍ରେସ କରିବାକୁ ପଡିବ । ଏହାପରେ ବାତ୍ୟା ସହ ଜଡିତ ସମସ୍ତ ତଥ୍ୟ ଆପଣଙ୍କୁ ମିଳିଯିବ । ବାତ୍ୟାର ପ୍ରଭାବ ମହାରାଷ୍ଟ ଓ ଗୁଜୁରାଟ ଉପରେ ରହିବାକୁ ଥିବାବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି ।

ABOUT THE AUTHOR

...view details