ଓଡିଶା

odisha

By

Published : May 27, 2019, 2:57 PM IST

ETV Bharat / bharat

ରାସ୍ତା ମଝିରେ ଜଳିଗଲା ତେଲ ଟ୍ୟାଙ୍କର, କାରଣ ଅସ୍ପଷ୍ଟ

ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଗୋରେଗାଓଁର ଏକ ବ୍ରିଜ ନିକଟରେ ହୁ ହୁ ହୋଇ ଜଳିଗଲା ତେଲ ଟ୍ୟାଙ୍କର । ଏହି ଅଘଟଣରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ତେଲ ଟ୍ୟାଙ୍କର । ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଗୋରେଗାଓଁର ଏକ ବ୍ରିଜ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନା ଅନୁସାରେ ଆଜି ସକାଳୁ ମୁମ୍ବାଇରେ ଅଗ୍ନିଶମ ବିଭାଗର ମକଡ୍ରିଲ ଚାଲିଛି । ଗୋଟେ ପଟେ ଏହି ଅଭିଯାନ ଚାଲିଥିଲା ବେଳେ ଅନ୍ୟପଟେ ମଝି ବ୍ରିଜରେ ତେଲ ଟ୍ୟାଙ୍କରରେ ଲାଗିଥିଲା ନିଆଁ । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details