ଓଡିଶା

odisha

By

Published : Jul 13, 2020, 9:03 PM IST

ETV Bharat / bharat

ମାସ୍କ ସଚେତନତା, ଉଲ୍ଲଙ୍ଘନକାରୀଙ୍କ ପାଇଁ ‘ରୋକୋ-ଟୋକୋ’ ଅଭିଯାନ

ମଧ୍ୟପ୍ରଦେଶରେ ସରକାର ବର୍ତ୍ତମାନ ଏକ ରୋକୋ-ଟୋକୋ ଅଭିଯାନ ଚଳାଇବେ । ଯେଉଁମାନେ ମାସ୍କ ପିନ୍ଧନ୍ତି ନାହିଁ ସେମାନଙ୍କ ପାଇଁ ଏହି ଅଭିଯାନ କରାଯାଉଛି ।

 ‘ରୋକୋ-ଟୋକୋ’ ଅଭିଯାନ
‘ରୋକୋ-ଟୋକୋ’ ଅଭିଯାନ

ଭୋପାଳ: ମଧ୍ୟପ୍ରଦେଶରେ ସରକାର ବର୍ତ୍ତମାନ ଏକ ରୋକୋ-ଟୋକୋ ଅଭିଯାନ ଚଳାଇବେ । ଯେଉଁମାନେ ମାସ୍କ ପିନ୍ଧନ୍ତି ନାହିଁ ସେମାନଙ୍କ ପାଇଁ ଏହି ଅଭିଯାନ କରାଯାଉଛି । ରାଜ୍ୟର ସର୍ବସାଧାରଣ ସ୍ଥାନରେ ମାସ୍କର ବ୍ୟବହାର ବାଧ୍ୟତାମୂଳକ ଅଟେ । ବର୍ତ୍ତମାନ ମନୋନୀତ ସ୍ବେଚ୍ଛାସେବୀ ସଂଗଠନ ସେହି ଲୋକଙ୍କୁ ମାସ୍କ ପ୍ରଦାନ କରିବେ ଯେଉଁମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତି ନାହିଁ ଓ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ମାସ୍କ ପିଛା 20 ଟଙ୍କା ଆଦାୟ କରିବେ ।

ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ଗାଇଡଲାଇନରେ କୁହାଯାଇଛି ଯେ ଜିଲ୍ଲାପାଳ ଏହି କାର୍ଯ୍ୟ ପାଇଁ ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନ ଗୁଡିକୁ ବାଛିବେ । ଚୟନ କରିବା ସମୟରେ ଉପଲବ୍ଧ ବ୍ୟକ୍ତିଙ୍କ ସଂଖ୍ୟା, ବିଶ୍ବସନୀୟତା ଓ ସଂଗଠନର ଦକ୍ଷତାକୁ ବିଚାରକୁ ନିଆଯିବ । ମାସ୍କ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ଏହି ସଂସ୍ଥା ଗୁଡିକୁ ଉପଯୁକ୍ତ ସ୍ଥାନ ମଧ୍ୟ ଉପଲବ୍ଧ କରାଇବେ ।

ମନୋନୀତ ସଂସ୍ଥା ଗୁଡିକୁ ‘ଜୀବନ ଶକ୍ତି ଯୋଜନା’ ଅଧୀନରେ 100 ଟି ମାସ୍କ ପ୍ରଦାନ କରାଯିବ। ଅନ୍ୟପକ୍ଷେ ମଧ୍ୟପ୍ରଦେଶର କୋଭିଡ-19 ସଂକ୍ରମଣ ସଂଖ୍ୟା ଗତ 24 ଘଣ୍ଟା ମଧ୍ୟରେ 431 ଟି ନୂଆ ମାମଲା ସହିତ 17 ହଜାର 632 କୁ ବୃଦ୍ଧି ପାଇଛି। ରାଜ୍ୟରେ ମୃତ୍ୟୁସଂଖ୍ୟା 653 କୁ ବୃଦ୍ଧି ପାଇଛି। ରବିବାର ମୋଟ 197 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ABOUT THE AUTHOR

...view details