ଓଡିଶା

odisha

By

Published : Feb 11, 2020, 6:16 PM IST

ETV Bharat / bharat

ଓଡିଶାରେ ଜାତୀୟ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା ଦାବି

ଓଡିଶାରେ କରାଯାଉ ଜାତୀୟ ଆଦିବାସୀ ସଂଗ୍ରହାଳୟ । କେନ୍ଦ୍ର ସରକାର ଚଳିତ ବଜେଟରେ ଝାଡଖଣ୍ଡର ରାଞ୍ଚିରେ ଜାତୀୟ ଆଦିବାସୀ ସଂଗ୍ରହାଳୟ କରିବା ପାଇଁ କହିଥିବାରୁ ଓଡିଶାରେ ମଧ୍ୟ କରିବାକୁ ମଙ୍ଗଳବାର ଲୋକସଭାରେ ଦାବି କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

tribal museum in odisha
ଓଡିଶାରେ ଜାତୀୟ ଆଦିବାସୀ ସଂଗ୍ରହାଳୟ କରିବାକୁ ଦାବି

ନୂଆଦିଲ୍ଲୀ: ଓଡିଶାରେ କରାଯାଉ ଜାତୀୟ ଆଦିବାସୀ ସଂଗ୍ରହାଳୟ । କେନ୍ଦ୍ର ସରକାର ଚଳିତ ବଜେଟରେ ଝାଡଖଣ୍ଡର ରାଞ୍ଚିରେ ଜାତୀୟ ଆଦିବାସୀ ସଂଗ୍ରହାଳୟ କରିବା ପାଇଁ କହିଥିବାରୁ ଓଡିଶାରେ ମଧ୍ୟ କରିବାକୁ ମଙ୍ଗଳବାର ଲୋକସଭାରେ ଦାବି କରିଛନ୍ତି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି । ଏହା ସହ ଓଡିଶାର ଆଦିବାସୀଙ୍କ କଥା କହି ବିଭାଗୀୟ ମନ୍ତ୍ରୀଙ୍କୁ ଏହା ପ୍ରତି ସକରାତ୍ମକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

ଓଡିଶାରେ ଜାତୀୟ ଆଦିବାସୀ ସଂଗ୍ରହାଳୟ କରିବାକୁ ଦାବି

ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ ସଂଶୋଧନ ବିଧେୟକ, 2019 ଉପରେ ହେଉଥିବା ଆଲୋଚନାରେ ଭାଗ ନେଇ ବିଧେୟକକୁ ସମର୍ଥନ କରିବା ସହିତ ସେ ଏପରି ଦାବି ଉଠାଇଛନ୍ତି । ସେହିପରି ଏହି ମଉକାରେ ସେ ଜନଗଣନା-2021ରେ ଓବିସିଙ୍କ ଗଣନା କରିବାକୁ ଦାବି କରିଛନ୍ତି ।

ସୌଜନ୍ୟ: ଲୋକସଭା ଟିଭି

ABOUT THE AUTHOR

...view details