ଓଡିଶା

odisha

By

Published : Aug 21, 2020, 6:10 PM IST

ETV Bharat / bharat

କଳାଜ୍ବରର ଚିକିତ୍ସା ପାଇଁ ନାନୋ ଔଷଧ ଆବିଷ୍କାର କଲେ INST ବୈଜ୍ଞାନିକ

ଇନଷ୍ଟିଚ୍ୟୁଟ ଅଫ ନାନୋ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (INST)ର ବୈଜ୍ଞାନିକମାନେ କଳାଜ୍ବାର ରୋଗକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଯୌଗିକ ମିଶ୍ରଣ କରି ଏକ ନାନୋ ଔଷଧ ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

କଳାଜ୍ବରର ଚିକିତ୍ସା ପାଇଁ ନାନୋ ଔଷଧ ଆବିଷ୍କାର କଲେ INST ବୈଜ୍ଞାନିକ
କଳାଜ୍ବରର ଚିକିତ୍ସା ପାଇଁ ନାନୋ ଔଷଧ ଆବିଷ୍କାର କଲେ INST ବୈଜ୍ଞାନିକ

ଚଣ୍ଡିଗଡ: ସବଠୁ ଭୟଙ୍କର ରୋଗ ମଧ୍ୟରେ ଅନ୍ୟତମ କଳା ଜ୍ବରରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ଆବିଷ୍କାର ହୋଇଛି ନାନୋ ଔଷଧ । ଇନଷ୍ଟିଚ୍ୟୁଟ ଅଫ ନାନୋ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (INST)ର ବୈଜ୍ଞାନିକମାନେ ଏହି ରୋଗକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଯୌଗିକ ମିଶ୍ରଣ କରି ଏକ ନାନୋ ଔଷଧ ପ୍ରସ୍ତୁତ କରିଛନ୍ତି ।

ବଜ୍ଞାନିକ ଭାଷାରେ କଳା ଜ୍ବରକୁ ଭିସେରାଲ ଲିଶମାନିଆସିସ (VL) କୁହାଯାଏ । ଏହା ହେଉଛି ଏପରି ଏକ ରୋଗ ଯେଉଁଥିରେ ପରଜୀବୀ ଯକୃତ, କଫ କିମ୍ବା ଅସ୍ଥି ମଜ୍ଜା ଭଳି ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରବେଶ କରିଥାନ୍ତି । ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ପ୍ରାୟ ରୋଗୀର ସମସ୍ତ ଜୀବକୋଷ ନଷ୍ଟ ହୋଇଯାଏ ।

ଭାରତରେ ଏହା ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଅଟେ ଯେଉଁଥିରେ ବାର୍ଷିକ 1.5 ଲକ୍ଷ ନୂଆ ମାମଲା ସାମ୍ନାକୁ ଆସେ । ଅନ୍ୟାନ୍ୟ ବିକାଶଶୀଳ ଦେଶମାନଙ୍କରେ ମଧ୍ୟ ଏହି ରୋଗ ଗମ୍ଭୀର ଚିନ୍ତାର କାରଣ ହୋଇ ରହିଛି | ବାଂଲାଦେଶ, ବ୍ରାଜିଲ, ଚୀନ, ଇଥିଓପିଆ, ଭାରତ, କେନିଆ, ନେପାଳ, ସୋମାଲିଆ, ଦକ୍ଷିଣ ସୁଦାନରୁ ବିଶ୍ବର ପ୍ରାୟ 95% ମାମଲା ରିପୋର୍ଟ ହୋଇଛି।

କଳାଜ୍ବରର ସାଧାରଣ ଲକ୍ଷଣ ହେଉଛି ଜ୍ବର ହେବା ଓଜନ ହ୍ରାସ, ଥକ୍କା ଲାଗିବା, ରକ୍ତହୀନତା ।

INST ବୈଜ୍ଞାନିକମାନେ ଭୂପୃଷ୍ଠରେ ପରିବର୍ତ୍ତିତ କଠିନ ଲିପିଡ ନାନୋ କଣିକା ସାହାଯ୍ୟରେ ଏକ ନାନୋ ଔଷଧ ବିକଶିତ କରିଛନ୍ତି, ଯାହା କି ଏହି ରୋଗର ଚିକିତ୍ସା ପାଇଁ ଆଧାରିତ ମିଳିତ ପ୍ରଣାଳୀ ।

ABOUT THE AUTHOR

...view details