ଓଡିଶା

odisha

By

Published : Aug 12, 2020, 5:05 PM IST

ETV Bharat / bharat

ଗୀତ ଗାଇ ବସରେ ଜୈସଲମେରରୁ ବାହୁଡିଲେ କଂଗ୍ରେସ ବିଧାୟକ

ଜୈସାଲମେରରୁ 90 ଜଣ ବିଧାୟକ ଏବଂ 20 ଜଣ କଂଗ୍ରେସ ନେତା ଜୟପୁର ଫେରିଛନ୍ତି। ଏହାପୂର୍ବରୁ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଜୈସାଲମେର ଗସ୍ତ କରି ବିଧାୟକଙ୍କ ସହ ସର୍ବଶେଷ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ବିଧାନସଭା ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଜୈସାଲମେରରୁ ବାହୁଡିଲେ କଂଗ୍ରେସ ବିଧାୟକ, ଗୀତ ଗାଇ ବସରେ କଲେ ମନୋରଞ୍ଜନ
ଜୈସାଲମେରରୁ ବାହୁଡିଲେ କଂଗ୍ରେସ ବିଧାୟକ, ଗୀତ ଗାଇ ବସରେ କଲେ ମନୋରଞ୍ଜନ

ଜୟପୁର: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ୟାମ୍ପର ବିଧାୟକ ବୁଧବାର ଜୈସଲମେରରୁ ଜୟପୁରକୁ ଫେରିଛନ୍ତି। ସମସ୍ତ ବିଧାୟକଙ୍କୁ ସିଧାସଳଖ ବିମାନବନ୍ଦରରୁ ହୋଟେଲ ଫେୟାରମୋଣ୍ଟକୁ ନିଆଯାଇଛି। ରାଜସ୍ଥାନର ବିଧାନସଭା ଅଧିବେଶନ 14 ଅଗଷ୍ଟରୁ ଆରମ୍ଭ ହେବ । ଏଭଳି ପରିସ୍ଥିତିରେ ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବା ପରେ ହିଁ ନିଜ ନିର୍ବାଚନମଣ୍ଡଳୀକୁ ଯିବେ ବୋଲି କୁହାଯାଉଛି । ତେବେ ଗେହଲଟ କ୍ୟାମ୍ପର ବିଧାୟକମାନେ ପ୍ରାୟ ମାସେ ହେବ ହୋଟେଲରେ ବନ୍ଦୀ ଭାବରେ ରହିଛନ୍ତି। ସେମାନଙ୍କୁ ଜୁଲାଇ13 ରୁ ଜୟପୁରର ଫେୟାରମୋଣ୍ଟ ହୋଟେଲରେ ରହିଥିଲେ ଏବଂ ପରେ ଜୁଲାଇ 31ରେ ସେମାନଙ୍କୁ ଜୈସାଲମେରର ସୂର୍ଯ୍ୟଗଡ ହୋଟେଲକୁ ସ୍ଥାନାନ୍ତର କରାଯାଇଥିଲା ।

ଜୈସାଲମେରରୁ ବାହୁଡିଲେ କଂଗ୍ରେସ ବିଧାୟକ, ଗୀତ ଗାଇ ବସରେ କଲେ ମନୋରଞ୍ଜନ

ତେବେ ହୋଟେଲ ଫେୟାରମୋଣ୍ଟ ଫେରିବା ବେଳକୁ ଗେହଲଟ କ୍ୟାମ୍ପର ବିଧାୟକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ବିଧାୟକମାନେ ହୋଟେଲରୁ ଜୈସାଲମେର ବିମାନବନ୍ଦରକୁ ଯାତ୍ରା କରୁଥିବା ସମୟର। ବସରେ ବସିଥିବା ବିଧାୟକମାନେ ମନୋରଞ୍ଜନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଗେହଲଟ ସରକାରଙ୍କର ଉପରୁ ସଙ୍କଟ ଦୂର ହେବାର ଆନନ୍ଦ ବିଧାୟକଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି। ବିଧାୟକମାନେ ବସରେ ଗୀତ ଗାଉଥିବା ନଜର ଆସିଛନ୍ତି । ତେବେ ବିଧାୟକମାନଙ୍କ ଏହି ଗୀତର ଅନେକ ଅର୍ଥ ବାହାର କରାଯାଉଛି ।

ଜୈସାଲମେରରୁ 90 ଜଣ ବିଧାୟକ ଏବଂ 20 ଜଣ କଂଗ୍ରେସ ନେତା ଜୟପୁର ଫେରିଛନ୍ତି। ଏହାପୂର୍ବରୁ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଜୈସାଲମେର ଗସ୍ତ କରି ବିଧାୟକଙ୍କ ସହ ସର୍ବଶେଷ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ବିଧାନସଭା ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ଏଥର ଅତ୍ୟନ୍ତ ହଙ୍ଗାମା ହେବ ବୋଲି ଆଶା କରାଯାଉଛି। ଅନ୍ୟ ପଟେ ଗେହଲଟ ମଧ୍ୟ ସମାନ ବିମାନରେ ବିଧାୟକଙ୍କ ସହ ଜୟପୁର ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ସେ ପରେ ଯୋଧପୁର ଯିବାକୁ ସ୍ଥିର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details