ଓଡିଶା

odisha

By

Published : Sep 16, 2020, 3:39 PM IST

ETV Bharat / bharat

କୋଭିଡ-19 ମହାମାରୀ କାଳରେ ବଢିଛି ଦିନମଜୁରିଆଙ୍କ ପାରିଶ୍ରମିକ

କୋଭିଡ-19 ମହାମାରୀ ସମୟରେ ବିଭିନ୍ନ ସରକାରୀ ଯୋଜନାରେ ଗ୍ରାମୀଣ ବିକାଶ ସମ୍ବନ୍ଧର ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର ।

ଦିନମଜୁରିଆଙ୍କ ପାରିଶ୍ରମିକ
ଦିନମଜୁରିଆଙ୍କ ପାରିଶ୍ରମିକ

ହାଇଦ୍ରାବାଦ: କୋଭିଡ-19 ମହାମାରୀ ସମୟରେ ବିଭିନ୍ନ ସରକାରୀ ଯୋଜନାରେ ଗ୍ରାମୀଣ ବିକାଶ ସମ୍ବନ୍ଧର ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର ।

ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଯୋଜନା:

ମାର୍ଚ୍ଚ 26ରେ ସରକାର 1.70 ଲକ୍ଷ କୋଟି ଟଙ୍କା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇଥିଲା । ଗରିବଙ୍କ ପାଇଁ ଯୋଜନା କୋରୋନା ବିରୁଦ୍ଧ ଯୁଦ୍ଧରେ ସାହାଯ୍ୟ କରିବ । ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗକୁ 2ଟି କିସ୍ତିରେ 1000 ଟଙ୍କା ପ୍ରଦାନ କରାଯାଇଛି । ଏନଏସଏପି(National Social Assistance Programme) ଡିଭିଜନ ମୋଟ 2814.50 କୋଟି ଟଙ୍କା ଜାରି କରିଛି ।

ଆତ୍ମନିର୍ଭର ଭାରତ ଅଭିଯାନ:

ଦେଶ ଲକଡାଉନ୍ ବେଳେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଦେଇଥିବା ପଞ୍ଚମ ଅଭିଭାଷଣରେ କୋରୋନା ଭାଇରସ ସମସ୍ୟାକୁ ଦୂର କରିବା ପାଇଁ 20 ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଭାରତୀୟ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଥିଲା ।

ମନେରଗା ଅଧିନରେ 40 ହଜାର କୋଟି:

ସରକାର ମନରେଗା ଅଧିନରେ ମୋଟ 40 ହଜାର ଟଙ୍କା ବୃଦ୍ଧି କରିଥିଲେ । କୋଭିଡ-19 ସମୟରେ ରୋଜଗାର ହରାଇଥିବା ଶ୍ରମିକଙ୍କୁ ଏହି ଅଧିନରେ ଆୟ ପ୍ରଦାନ କରାଯାଇଥିଲା । ଚଳିତ ଆର୍ଥିକବର୍ଷରେ ଏପର୍ଯ୍ୟନ୍ତ ସମୁଦାୟ 184 କୋଟି ଲୋକ ଉପକୃତ ହୋଇଛନ୍ତି ।

ମନରେଗା ଅଧୀନରେ ମଜୁରୀ ହାରରେ ବୃଦ୍ଧି:

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ଅନୁଯାୟୀ ମାନୁଆଲ କର୍ମଚାରୀଙ୍କ ପାଇଁ ମଜୁରୀ ବୃଦ୍ଧି 182 ରୁ 202 ଟଙ୍କା କରାଯାଇଛି ।

ଗରିବ କଲ୍ୟାଣ ରୋଜଗାର ଅଭିଯାନ:

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜୁନ 20ରେ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନ (GKRA), 116 ଟି ଜିଲ୍ଲାର 6ଟି ମନୋନୀତ ରାଜ୍ୟ ମଧ୍ୟରେ 50,000 କୋଟି ଟଙ୍କା ପ୍ରଦାନ କରି ଗ୍ରାମାଞ୍ଚଳର ନାଗରିକଙ୍କୁ ଜୀବିକା ନିର୍ବାହରେ ସାହାଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details