ଜୟପୁର:କଂଗ୍ରେସର ବରିଷ୍ଠ ମନ୍ତ୍ରୀ ତଥା ରାଜସ୍ଥାନ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରୀ ବନୱର ଲାଲ ମେଘୱାଲଙ୍କ ଦେହାନ୍ତ । ସେ ଗତ କିଛିଦିନ ଧରି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
1980ରେ ସେ ପ୍ରଥମ ଥର ପାଇଁ ସୁଜାନଗଢ ଆସନରୁ ବନୱର ଲାଲ ମେଘୱାଲ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଜିତିଥିଲେ । ଏହା ପରେ ସେ ଏହି ଆସନରୁ କ୍ରମାଗତ ଭାବରେ ପ୍ରତିଦ୍ବନ୍ଦ୍ବୀତା କରିଆସୁଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଥର ବିଧାୟକ ଥିଲେ । ଗତ ମେ 13 ତାରିଖରେ ବନୱର ଲାଲ ମେଘୱାଲଙ୍କୁ ମସ୍ତିଷ୍କ ଆଘାତ ଯୋଗୁଁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ମେ’ 15ରେ ଏୟାରଲିଫ୍ଟ ମାଧ୍ୟମରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।