ଓଡିଶା

odisha

By

Published : Aug 31, 2020, 4:39 PM IST

ETV Bharat / bharat

ଜଘନ୍ୟ ହତ୍ୟାକାଣ୍ଡ: କୁରାଢିରେ ହାଣି ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା କଲା ହତ୍ୟାକାରୀ

କର୍ଣ୍ଣାଟକର କଲବର୍ଗୀ ଅଞ୍ଚଳର ଜଣେ ବ୍ୟକ୍ତିକୁ କୁରାଢିରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ବାଇକରେ ଯାଉଥିବାବେଳେ କୁରାଢିରେ ହାଣି ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା କଲା ହତ୍ୟାକାରୀ । ଅଧିକ ପଢନ୍ତୁ...

ଜଘନ୍ୟ ହତ୍ୟାକାଣ୍ଡ: କୁରାଡିରେ ହାଣି ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା କଲା ହତ୍ୟାକାରୀ
ଜଘନ୍ୟ ହତ୍ୟାକାଣ୍ଡ: କୁରାଡିରେ ହାଣି ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା କଲା ହତ୍ୟାକାରୀ

ବେଙ୍ଗାଲୁରୁ: ଜଘନ୍ୟ ହତ୍ୟାକାଣ୍ଡ କୁରାଢିରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ହତ୍ୟାକାରୀ । କର୍ଣ୍ଣାଟକର କଲବର୍ଗୀ ଅଞ୍ଚଳର ଜଣେ ବ୍ୟକ୍ତିକୁ କୁରାଢିରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି ।

କର୍ଣ୍ଣାଟକର କଲବର୍ଗୀ ଅଞ୍ଚଳର ଆଫଜଲପୁର ତାଲୁକାରେ ସାଙ୍ଗପୁର ଗ୍ରାମର ବାବୁ କୋବାଲା (32) ନାମକ ଯୁବକକୁ ଜଘନ୍ୟ ଭାବରେ ହତ୍ୟା କରାଯାଇଛି | ମଟର ସାଇକେଲରେ ଯାଉଥିବାବେଳେ ବାବୁଙ୍କୁ ଅବରୋଧ କରି କୁରାଢିରେ ହାଣି ହତ୍ୟା କରିଥିଲେ । ତାଙ୍କ ମୁଣ୍ଡ ଏବଂ ଗଣ୍ଡି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛି ।

ଜଘନ୍ୟ ହତ୍ୟାକାଣ୍ଡ: କୁରାଢିରେ ହାଣି ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା କଲା ହତ୍ୟାକାରୀ

ସେପଟେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । କିନ୍ତୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ନଅ ବର୍ଷ ପୂର୍ବେ ବାବୁ ଜଣକୁ ହତ୍ୟା କରି ଜେଲରେ ଥିଲେ । ଜେଲରୁ ଫେରିବା ପରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣାସ୍ଥଳରେ କଲବର୍ଗୀ ଏସପି ସିମି ମାରିଆମ୍ ଜର୍ଜ ପହଞ୍ଚି ତଦନ୍ତ କରିଛନ୍ତି । ମୃତକଙ୍କ ପତ୍ନୀ ଥାନାରେ ହତ୍ୟା ମାମଲା ଦାୟର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details