ଓଡିଶା

odisha

By

Published : Apr 11, 2019, 12:25 PM IST

Updated : Apr 11, 2019, 12:39 PM IST

ETV Bharat / bharat

2019 ନିର୍ବାଚନ: ଭୋଟ ଦେଲେ ସାଉଥଷ୍ଟାର

ଚଳିତ ନିର୍ବାଚନ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମତଦାନ ପାଇଁ ସାରାଦେଶ ବେଶ୍ ଉତ୍ସାହିତ ଥିବାବେଳେ ଷ୍ଟାରମାନେ ବା କେମିତି ବାଦ ପଡିବେ। ଟଲିଉଡ ଇଣ୍ଡଷ୍ଟ୍ରିର ନାମୀଦାମୀ ଷ୍ଟାରମାନ ମଧ୍ୟ ଧାଡି ବାନ୍ଧି ମତଦାନ ଦେଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର

ହାଇଦ୍ରାବାଦ: ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ । 17ତମ ଲୋକସଭା ନିର୍ବାଚନ ଆରମ୍ଭ ହୋଇଯାଇଛି । ଚାଲିଛି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ଦେଶର 20ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର 91ଟି ଲୋକସଭା ଆସନରେ ନିର୍ବାଚନ ଆରମ୍ଭ ହୋଇଛି । ଏହି କ୍ରମରେ ଚଳିତ ନିର୍ବାଚନ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମତଦାତାଙ୍କ ସମେତ ସାଉଥଷ୍ଟାର ମଧ୍ୟ ଧାଡି ବାନ୍ଧି ମତଦାନ ଦେଉଥିବା ଦେଖିବାକୁ ମିଳିଛି ।

ତେଲୁଗୁ ଇଣ୍ଡଷ୍ଟ୍ରିର ବହୁ ନାମିଦାମି ଷ୍ଟାର ଭୋଟ ଦେଇଛନ୍ତି। ଅଲୁ ଅର୍ଜୁନ, ଅମଲା ଅକ୍କିନେନୀ ଏବଂ ଜୁନିଅର ଏନଟିଆର ମତଦାନ କରିଛନ୍ତି । ସେହିପରି ମେଗାଷ୍ଚାର ଚିରଞ୍ଜୀବି ଏବଂ ତାଙ୍କ ପୁଅ ରାମ ଚରଣ ମଧ୍ୟ ଭୋଟ ଦେଇଛନ୍ତି । ଉଭୟେ ହାଇଦ୍ରାବାଦର ଜୁବଲୀ ହିଲ ବୁଥରୁ ଦେଇଥିବା ଜଣାପଡିଛି । ବିଷ୍ଣୁ ମନଚୁ ତାଙ୍କ ବାପାଙ୍କ ସହ ଭୋଟ ଦେଉଥିବାର ଏକ ଫଟୋ ଟ୍ବିଟରରେ ସେୟାର କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, 'ଭୋଟ ଦେବାକୁ ଯାଆନ୍ତୁ ! ଆପଣଙ୍କ ଦେଶ ଭକ୍ତି ଦେଖାନ୍ତୁ #ଭୋଟଫରଇଣ୍ଡିଆ' ।

ସେପଟେ ଆନ୍ଧ୍ର ପ୍ରଦେଶର ସବୁଠୁ ବଡ ବିଧାସଭା ଗଜୁୱାକା ଆସନରେ ଲଢୁଛନ୍ତି ପୱନ କଲ୍ୟାଣ । ସେ ମଧ୍ୟ ମତଦାନ କରିଛନ୍ତି । ଅଲୁ ଅର୍ଜୁନ ଭୋଟ ଦଇ ନିଜର ଟ୍ବିଟରରେ ଟ୍ବିଟ କରିଛନ୍ତି, ଆଜି ପ୍ରଥମ ଦିନ ଆମେ ଭାବିଚିନ୍ତି ଭୋଟ ଦେବା । ଆସନ୍ତା 1825 ଦିନ କିଏ ଭାରତ ଶାସନ କରିବ । ତେଣୁ ଦୟାକରି ଭୋଟ ଦିଅନ୍ତୁ । ସେହିପରି ଜୁନିଅର ଏନଟିଆର ନିଜର ଅଙ୍ଗୁଳିର ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମ୍ୟୁଜିକ କମ୍ପୋଜର ଏମ.ଏମ. କୀରୋୱାନୀ ଏବଂ ରାଜମୌଲୀ ମଧ୍ୟ ସକାଳୁ ଯାଇ ମତଦାନ କରି ଟ୍ବିଟର ଜରିଆରେ ସମସ୍ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

Last Updated : Apr 11, 2019, 12:39 PM IST

ABOUT THE AUTHOR

...view details