ଓଡିଶା

odisha

By

Published : Apr 17, 2020, 9:56 AM IST

ETV Bharat / bharat

ଲକଡାଉନ ସମୟରେ ‘ଉଡାଣ’ରେ ପହଞ୍ଚିଲା 418 ଟନ୍ ମେଡିକାଲ ସାମଗ୍ରୀ

କେନ୍ଦ୍ର ସରକାର ଗତ ଏକ ମାସ ମଧ୍ୟରେ ଉଡାଣ ଯୋଜନା ମାଧ୍ୟମରେ ଜୀବନ ରକ୍ଷାକାରୀ 418 ଟନ ଔଷଧ ଓ ଟେଷ୍ଟି କିଟ୍ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପହଞ୍ଚାଇଛନ୍ତି ।

udan
ଲକଡାଉନ ସମୟରେ ଉଡାଣରେ ପହଞ୍ଚିଲା 418 ଟନ୍ ମେଡିକାଲ ସାମଗ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୋରୋନା ସହ ଲଢେଇ ଜାରି ରଖିଛନ୍ତି। ଦେଶରେ ଲକଡାଉନ 2.0 ଜାରି ହେବା ସହ ଦେଶବାସୀଙ୍କୁ ଘରେ ରହିବା ସହ ସାମାଜିର ଦୁରତ୍ବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମୟରେ ସରକାର ସମସ୍ତ ଯାତ୍ରୀବାହୀ ଟ୍ରେନ, ବିମାନ ଓ ବସ ସେବା ବନ୍ଦ ରଖିଛନ୍ତି। ତେବେ କେନ୍ଦ୍ର ସରକାର ଗତ ଏକ ମାସ ମଧ୍ୟରେ ଉଡାଣ ଯୋଜନା ମାଧ୍ୟମରେ ଜୀବନ ରକ୍ଷାକାରୀ 418 ଟନ ଔଷଧ ଓ ଟେଷ୍ଟିଂ କିଟ୍ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପହଞ୍ଚାଇଛନ୍ତି ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ଏହି ବିମାନ ମଧ୍ୟରୁ 154 ଟି ଏୟାର ଇଣ୍ଡିଆ ଏବଂ ଆଲାଇନ୍ସ ଏୟାର ଦ୍ୱାରା ପରିଚାଳିତ ହୋଇଛି। ଏଥିରେ କୁହାଯାଇଛି ଯେ ଏୟାର ଇଣ୍ଡିଆ ଏବଂ ଭାରତୀୟ ବାୟୁସେନା ମୁଖ୍ୟତଃ ଜମ୍ମୁ କାଶ୍ମୀର, ଲଦାଖ, ଉତ୍ତର-ପୂର୍ବ ଏବଂ ଅନ୍ୟାନ୍ୟ ଦ୍ୱୀପପୁଞ୍ଜ ପାଇଁ ସହଯୋଗ କରିଥିଲେ।

ମନ୍ତ୍ରଣାଳୟ କହିଛି, ଏୟାର ଇଣ୍ଡିଆ ମୁମ୍ବାଇ ଏବଂ ଲଣ୍ଡନ ମଧ୍ୟରେ କୃଷି ଉଡାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ବିମାନ ଚଳାଚଳ କରି ଚଳିତ ମାସ 13 ରେ 29 ଟନ୍ ଫଳ ଏବଂ ପନିପରିବା ନେଇ ଲଣ୍ଡନକୁ ଯାଇ 15 ଟନ୍ରୁ ଅଧିକ ସାଧାରଣ କାର୍ଗୋ ସାମଗ୍ରୀ ନେଇ ଫେରି ଆସିଛି।

ଏୟାର ଇଣ୍ଡିଆ ଗତକାଲି ମୁମ୍ବାଇ ଏବଂ ଫ୍ରାଙ୍କଫର୍ଟ ମଧ୍ୟରେ ଦ୍ୱିତୀୟ ବିମାନ ଚଳାଚଳ କରି 27 ଟନ୍ ରତୁକାଳୀନ ଫଳ ଏବଂ ପନିପରିବା ନେଇ ଫ୍ରାଙ୍କଫର୍ଟକୁ ଯାଇ 10 ଟନ୍ ସାଧାରଣ ମାଲ ପରିବହନ କରି ଫେରି ଆସିଥିଲା।

ABOUT THE AUTHOR

...view details