ଓଡିଶା

odisha

By

Published : Oct 30, 2020, 1:58 PM IST

ETV Bharat / bharat

ବନ୍ୟା ଧୋଇନେଲା 1000 କୋଟିର ସମ୍ପତ୍ତି

କର୍ଣ୍ଣାଟକ ବନ୍ୟାରେ ଭାଙ୍ଗି ଯାଇଛି ଅନେକ ଚାଷୀଙ୍କ ସ୍ବପ୍ନ । ପ୍ରାୟ 1000 କୋଟିର ସମ୍ପତ୍ତି ଧୋଇନେଇଛି ବନ୍ୟା । ଅଧିକ ପଢନ୍ତୁ...

ବନ୍ୟା ଧୋଇନେଲା 1000କୋଟିର ସମ୍ପତି
ବନ୍ୟା ଧୋଇନେଲା 1000କୋଟିର ସମ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ବନ୍ୟାରେ ଧୋଇଗଲା 1000 କୋଟିର ସମ୍ପତ୍ତି । ରାସ୍ତା, ପୋଲ,ଜାତୀୟ ରାଜପଥ,ବିଦ୍ୟୁତ ଖୁଣ୍ଟ, ଟେଲିଫୋନ,ଘର ସମେତ ଗ୍ରାମୀଣ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପ୍ରବଳ ବର୍ଷାରେ ବନ୍ୟା ପରିସ୍ଥତି ଉପୁଜି ସମୁଦାୟ 1000କୋଟିର କ୍ଷତି ହୋଇଥିବା ଗୁରୁବାର ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି ।

ଚଳିତ ମାସ ପ୍ରଥମ ତିନି ସପ୍ତାହରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତ ବିଭାଗ ଅଧିକାରୀ । ରାଜ୍ୟର ଉତ୍ତର ଏବଂ ଉତ୍ତର-ପଶ୍ଚିମ ଅଞ୍ଚଳରେ ବାଗାଲୋକୋଟ, ବଲାରୀ, ବେଲାଗାଭି, ବିଦାର, ଧରୱାଡ, ଗାଦାଗ, ହାଭେରୀ, ହବବାଲି, କାଲାବୁରାଗୀ, କପାଲ, ରାଇଚୁର ଏବଂ ୟାଦଗିର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।

କୃଷ୍ଣା ଓ ଭୀମା ନଦୀରୁ ଅଧିକ ପାଣି ଛଡାଯିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗ୍ରାମାଞ୍ଚାଳରେ ଅମଳ ପୂର୍ବରୁ ଫସଲ ଧୋଇହୋଇଯାଇଥିବା କହିଛନ୍ତି ଅଧିକାରୀ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ସେପ୍ଟେମ୍ବରରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ହେତୁ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ 6.3 ଲକ୍ଷ ହେକ୍ଟର ଚାଷ ଜମିରେ ଅମଳ ଅପେକ୍ଷାରେ ଥିବା ଖରିଫ ଫସଲ ନଷ୍ଟ ହୋଇଯାଇଛି।

କୃଷି ଏବଂ ରାଜସ୍ବ ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ସଡ଼କ ଓ ସେତୁ ନଷ୍ଟ ହେତୁ 915 କୋଟି ଟଙ୍କା କ୍ଷତି ହୋଇଛି। ରାଷ୍ଟ୍ରାୟତ୍ତ ବିଦ୍ୟାଳୟ, ଅଙ୍ଗନୱାଡି ଏବଂ ସର୍ବସାଧାରଣ ଅଟ୍ଟାଳିକାର କ୍ଷୟକ୍ଷତି 185 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କୁ 10,000 କୋଟି ଟଙ୍କା ସ୍ବତନ୍ତ୍ର ପ୍ୟାକେଜ୍ ସହାୟତା ମାଗିଛନ୍ତି।

@IANS

ABOUT THE AUTHOR

...view details