ଓଡିଶା

odisha

RTGS ମାଧ୍ୟମରେ ଲାଞ୍ଚ ନେଉଛନ୍ତି ୟେଦୟୁରପ୍ପାଙ୍କ ପୁଅ: ସିଦ୍ଧରମୈୟା

By

Published : Oct 25, 2020, 4:58 PM IST

କର୍ଣ୍ଣାଟକରେ ଦୁର୍ନୀତି ଗ୍ରସ୍ତ ହୋଇଛି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ବିଏସ ୟେଦୁୟୁରପ୍ପାଙ୍କ ପୁଅ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା ସିଦ୍ଧରମୈୟା। ଅଧିକ ପଢ଼ନ୍ତୁ...

RTGS ମାଧ୍ୟମରେ ଲାଞ୍ଚ ନେଉଛନ୍ତି ୟେଦୁରପ୍ପାଙ୍କ ପୁଅ:ସିଦ୍ଧରମେୟା
RTGS ମାଧ୍ୟମରେ ଲାଞ୍ଚ ନେଉଛନ୍ତି ୟେଦୁରପ୍ପାଙ୍କ ପୁଅ:ସିଦ୍ଧରମେୟା

ବାଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୟୁରପ୍ପାଙ୍କ ପୁଅ ଆରଟିଜିଏସ ମାଧ୍ୟମରେ ଲାଞ୍ଚ ନେଉଥିବା ଅଭିଯୋଗ କରିଛି ବିରୋଧୀ କଂଗ୍ରେସ। ଏହି ଅଭିଯୋଗ ଆଣିଛନ୍ତି ବିରୋଧୀ କଂଗ୍ରେସ ଦଳ ନେତା ସିଦ୍ଧରମୈୟା। ।

ଏକ ସାକ୍ଷାତକାରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପୁଅଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଏହା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚେକ୍ ଦ୍ବାରା ଲାଞ୍ଚ ନେଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ସିଦ୍ଧରମୈୟା।

RTGS ମାଧ୍ୟମରେ ଲାଞ୍ଚ ନେଉଛନ୍ତି ୟେଦୁରପ୍ପାଙ୍କ ପୁଅ:ସିଦ୍ଧରମେୟା

ସାକ୍ଷାତାକାରରେ ବିରୋଧୀ ଦଳ ନେତା ସିଦ୍ଧରମୈୟା କହିଛନ୍ତି ଯେ, "ମୁଁ ମୋ ଜୀବନରେ ଏଭଳି ଦୁର୍ନିତୀଗ୍ରସ୍ତ ସରକାର ଦେଖିନାହିଁ। ରାଜ୍ୟ କ୍ୟାବିନେଟରେ ଥିବା ମନ୍ତ୍ରୀ ମାନେ ଲୋକଙ୍କ ପାଇଁ ଆସୁଥିବା ପଇସାର ହରି ଲୁଟ କରୁଛନ୍ତି। ବନ୍ୟା ପିଡ଼ିତମାନେ କୌଣସି ଟଙ୍କା ପାଇନାହାନ୍ତି। ରାଜ୍ୟ ସରକାର ବନ୍ୟା ପରିସ୍ଥିତି ପରିଚାଳନା କରିବାରେ ଫେଲ ମାରିଛନ୍ତି। ଏଭଳି ସମୟରେ ଏକ ଅଭିନବ ଉପାୟରେ ଆରଟିଜିଏସ ମାଧ୍ୟମ ଲାଞ୍ଚ ନେଉଛନ୍ତି। ଏହାଠାରୁ ଲଜ୍ଜାର ବିଷୟ ଆଉ କିଛି ନୁହେଁ।"

କର୍ଣ୍ଣାଟକରେ ହେବାକୁ ଥିବା ଉପନିର୍ବାଚନରେ ଦୁଇଟି ଯାଗ ବିଧାନସଭା ଆସନରେ କଂଗ୍ରେସ ବାଜି ମାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସିଦ୍ଧରମୈୟା। ଏହାସହ ବିଜେପି ସରକାର ଦୁର୍ନୀତିଗ୍ରସ୍ତ ବୋଲି ଜନତା ଜାଣି ସାରିଲେଣି। ଏଥିପାଇଁ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାର ଉଚିତ ଜବାବ ଜନତା ଦେବେ ବୋଲି କହିଛନ୍ତି ସିଦ୍ଧରମୈୟା।

RTGS ମାଧ୍ୟମରେ ଲାଞ୍ଚ ନେଉଛନ୍ତି ୟେଦୁରପ୍ପାଙ୍କ ପୁଅ:ସିଦ୍ଧରମେୟା

ଖାଲି ସେତିକିରେ ରହି ଯାଇନଥିଲେ ବିରୋଧି ଦଳ ନେତା। ସେ କହିଛନ୍ତି ଯେ, ବିଜେପି ରାଜ୍ୟବାସୀଙ୍କ ଉନ୍ନତି କଥା କହୁନାହିଁ। ଖାଲି କଂଗ୍ରେସରୁ ବିଜେପିକୁ କେତେଜଣ ଗଲେ ସେନେଇ ଚର୍ଚ୍ଚା କରୁଛି। ବିଜେପିରୁ ମଧ୍ୟ 15 ଜଣ ବିଧାୟକ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି। ଏହାସହ ରାଜ୍ୟରେ ଥିବା 25 ସାଂସଦ କୌଣସି କାମ କରୁନଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା ସିଦ୍ଧରମେୟା। ଯଦି କାମ କରୁଛନ୍ତି ତେବେ ବନ୍ୟା ପୀଡ଼ିତଙ୍କ ପାଇଁ ଏକ ରିଲିଫ ଫଣ୍ଡ ଯୋଗାଡ଼ କରିବାକୁ ସେ ଚ୍ୟାଲେଞ୍ଜ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details