ଓଡିଶା

odisha

By

Published : Aug 23, 2020, 11:31 AM IST

ETV Bharat / bharat

ଆୟୁଷ କାର୍ଯ୍ୟକ୍ରମରେ ହିନ୍ଦୀ-ତାମିଲ ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଡିଏମକେ ସାଂସଦ

ଆୟୁଷ ମନ୍ତ୍ରାଳୟର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୀ-ତାମିଲ ଭାଷା ବିବାଦ ଦେଖିବାକୁ ମିଳିଛି । ହିନ୍ଦୀ ଭାଷା ଜାଣିନଥିବା ତାମିଲ କର୍ମଚାରୀଙ୍କୁ ଅଧିବେଶନ ଛାଡି ଚାଲିବାକୁ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ମନ୍ତବ୍ୟ ଦେଇଥିଲେ । ଅଧିକ ପଢନ୍ତୁ..

ଆୟୁଷ କାର୍ଯ୍ୟକ୍ରମରେ ହିନ୍ଦୀ-ତାମିଲ ବିବାଦ
ଆୟୁଷ କାର୍ଯ୍ୟକ୍ରମରେ ହିନ୍ଦୀ-ତାମିଲ ବିବାଦ

ଚେନ୍ନାଇ: ଆୟୁଷ କାର୍ଯ୍ୟକ୍ରମରେ ହିନ୍ଦୀ-ତାମିଲ ଭାଷା ବିବାଦ । ଭାଷା ଆଧାରରେ ନାଗରିକଙ୍କୁ ଭେଦଭାବ କରାଯାଉଥିବା ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କଲେ ଡିଏମକେ ସାଂସଦ କାନିମୋଝି କରୁଣାନିଧି । ଏନେଇ କାନିମୋଝି ଆୟୁଷର ରାଜ୍ୟ ମନ୍ତ୍ରୀ ଶ୍ରୀପଦ ୟେସୋ ନାୟକଙ୍କୁ ଏକ ଚିଠି ଲେଖି ଘଟଣାର ତଦନ୍ତ କରିବାକୁ କହିଛନ୍ତି । ଯେଉଁ ଅଫିସର ମାନେ ତାମିଲ କର୍ମଚାରୀଙ୍କୁ ହିନ୍ଦୀ ଭାଷା ଜାଣିନଥିବାରୁ କାର୍ଯ୍ୟକ୍ରମରୁ ବାହାରି ଯିବାକୁ କହିଥିଲେ ସେମାନଙ୍କ ଉପରେ ସେ କାର୍ଯ୍ୟାନୁଷ୍ଠାନ କରିବାକୁ କହିଛନ୍ତି ।

କାନିମୋଝି ଚିଠିରେ ଲେଖିଛନ୍ତି, ହିନ୍ଦୀ ଆଧିପତ୍ୟ ଜାହିର କରିବା ଆମ ସମ୍ବିଧାନକୁ ଉଲ୍ଲଂଘନ କରୁଛି । ସୂଚନାଯୋଗ୍ୟ, ଆୟୁଷ ମନ୍ତ୍ରାଳୟ ଯୋଗ ତାଲିମଦାତାଙ୍କ ଲାଗି କେବଳ ହିନ୍ଦୀ ଭାଷାରେ ଏକ ଜାତୀୟ ସ୍ତରୀୟ ଭର୍ଚୁଆଲ ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଠି ତାମିଲ ସରକାର ଅଧୀନରେ କାର୍ଯ୍ୟରତ ଯୋଗ ଓ ନେଚରୋପାଥି ଚିକିତ୍ସକ ଯୋଗ ଦେଇଥିଲେ । ସେମାନେ ହିନ୍ଦୀ ବୁଝି ନ ପାରିବାରୁ ତାମିଲଦାତାଙ୍କୁ ଇଂରାଜୀ କହିବାକୁ କହିଥିଲେ । କିନ୍ତୁ ଏକଥା ଆୟୁଷ ମନ୍ତ୍ରାଳୟର ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କୁ ଭଲ ଲାଗି ନଥିଲା । ସେ କହିଥିଲେ, ଯେଉଁମାନେ ହିନ୍ଦୀ ବୁଝି ପାରୁନାହାଁନ୍ତି ସେମାନେ ଅଧିବେଶନରୁ ଚାଲିଯାଆନ୍ତୁ ।

ଏହି ଘଟଣାର ତଦନ୍ତ ପାଇଁ ଡିଏମକେ ସାଂସଦ ଦାବି କରିଛନ୍ତି ଯେ, ବିଭିନ୍ନ ଖବରକାଗଜରେ ଏହି ଖବର ପ୍ରକାଶ ପାଇଛି ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି, ଯେଉଁଠାରେ ସଚିବଙ୍କ ମନ୍ତବ୍ୟ ସ୍ପଷ୍ଟ ଶୁଣିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details