ଓଡିଶା

odisha

By

Published : Mar 11, 2020, 7:36 PM IST

ETV Bharat / bharat

ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ସିନ୍ଧିଆ

ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ପ୍ରାର୍ଥୀ ଭାବରେ ରାଜ୍ୟସଭାକୁ ଯିବେ । ବୁଧବାର ଅପରାହ୍ନରେ ବିଜେପିରେ ଯୋଗଦେବା ପରେ ମଧ୍ୟପ୍ରଦେଶ ବିଜେପିରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ହର୍ଷ ଚୌହାନଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଅଧିକ ଖବର ପଢନ୍ତୁ...

jyotiraditya-scindia-will-go-to-the-rajya-sabha-from-madhya-pradesh
ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ ସିନ୍ଧିଆ

ଭୋପାଳ: ଶେଷରେ ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ପ୍ରାର୍ଥୀ ଭାବରେ ରାଜ୍ୟସଭା ଯିବେ । ବୁଧବାର ଅପରାହ୍ନରେ ବିଜେପିରେ ଯୋଗଦେବା ପରେ ମଧ୍ୟପ୍ରଦେଶ ବିଜେପିରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ହର୍ଷ ଚୌହାନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି ।

ମଧ୍ୟପ୍ରଦେଶ ରାଜନୀତିରେ କଂଗ୍ରେସ ସହ ଜ୍ୟୋତିରାଦିତ୍ୟ ଦୀର୍ଘ 18 ବର୍ଷର ସମ୍ପର୍କ ଛିନ୍ନ କରି ବିଜେପିରେ ଯୋଗ ଦେଇଛନ୍ତି । ଏହା ସହ 22ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡିସାରିଛନ୍ତି । ଫଳରେ କମଳ ନାଥ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି । ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ନୂତନ ସରକାର ଗଠନ କରାଯିବା ନେଇ ବିଜେପି ଆଶାବାଦୀ ଅଛି । କଂଗ୍ରେସରେ ଦୀର୍ଘଦିନରୁ ଅବହେଳାର ଶିକାର ହୋଇଥିବା କହିଛନ୍ତି ସିନ୍ଧିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ ବିଜେପିରେ ସୁଯୋଗ ଦେଇଥିବାରୁ ସିନ୍ଧିଆ ଧନ୍ୟବାଦ ଜଣାଇଛନ୍ତି । ଏହାସହ ମୋଦିଙ୍କ ନେତୃତ୍ବରେ ଦେଶ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି ।

ସୂଚନାଥାଉକି ପୂର୍ବରୁ 2001ରେ ନିଜ ପିତା ସ୍ବର୍ଗତ ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁପରେ ସେ ଉପନିର୍ବାଚନ ଲଢି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ଚାରିଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୟୁପିଏ ସରକାରରେ ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଗତ 2019 ସାଧାରଣ ନିର୍ବାଚନରେ ସିନ୍ଧିଆ ଗୁଣା ଲୋକସଭା ଆସନରୁ ପରାଜିତ ହୋଇଥିଲେ ।

ABOUT THE AUTHOR

...view details