ଓଡିଶା

odisha

ଲକ୍ଷଣହୀନ କୋରୋନା ରୋଗୀଙ୍କ ଚିହ୍ନଟ ଏବଂ ସଂକ୍ରମଣର ବ୍ୟାପକତା ବୁଝିବାକୁ ଜନ୍ ହପକିନ୍ସର ନୂଆ କିଟ୍

By

Published : Jun 15, 2020, 5:33 PM IST

ଆମେରିକାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଲକ୍ଷଣ ବିହୀନ କୋରୋନା ସଂକ୍ରମିତକୁ ଚିହ୍ନଟ କରିବା ଏବଂ ସଂକ୍ରମଣର ବ୍ୟାପକତା ବୁଝିବା ପାଇଁ ନୂଆ କିଟର ବିକାଶ ଉପରେ କାମ ଆରମ୍ଭ କରିଛି ।

କୋଭିଡ-19 ସଂକ୍ରମଣକୁ ବୁଝିବା ପାଇଁ ଜନ୍ ହପକିନ୍ସର ନୂଆ କିଟ୍
କୋଭିଡ-19 ସଂକ୍ରମଣକୁ ବୁଝିବା ପାଇଁ ଜନ୍ ହପକିନ୍ସର ନୂଆ କିଟ୍

ହାଇଦ୍ରାବାଦ: ବିଶ୍ବରେ ନୋଭାଲ କୋରୋନା ଭାଇରସର ଆତଙ୍କ । ପ୍ରତି ଦିନ ହଜାର ହଜାର କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ବଢି ଚାଲିଛି । ଯାହା ସମଗ୍ର ବିଶ୍ବର ବୈଜ୍ଞାନିକଙ୍କ ନିଦ ହଜାଇ ଦେଇଛି । ତେବେ ଦିନକୁ ଦିନ କୋରୋନା ରୋଗୀଙ୍କ ଲକ୍ଷଣ ଭିନ୍ନ ଭିନ୍ନ ଆସିବା ଏବଂ ବିନା କୌଣସି ଲକ୍ଷଣରେ କୋରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିବା ବୈଜ୍ଞାନିକଙ୍କ ପାଇଁ ବଡ ଆହ୍ବାନ ସୃଷ୍ଟି କରିଛି ।

ଏହାରି ଭିତରେ ବିଶ୍ବର ଅନେକ ସଂଗଠନ କୋରୋନା ରୋଗ ଏବଂ ଟୀକା ଉପରେ ଗବେଷଣା ଜାରି ରଖିଛନ୍ତି । ଆମେରିକାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ମଧ୍ୟ ଏହି ଦୌଡରେ ସାମିଲ ହୋଇଛି ।ଲକ୍ଷଣ ବିହୀନ କୋରୋନା ସଂକ୍ରମିତକୁ ଚିହ୍ନଟ କରିବା ଏବଂ ସଂକ୍ରମଣର ବ୍ୟାପକତା ବୁଝିବା ପାଇଁ କମ୍ପାନୀ ନୂଆ କିଟର ବିକାଶ ଉପରେ କାମ ଆରମ୍ଭ କରିଛି ।

ଭର୍ସିଟିର ପ୍ରଫେସର ଡ଼ଃ ଲରେନ୍ ଗାର୍ଡନର୍, ଯିଏ କୋଭିଡ-19 ଟ୍ରାକିଂ ମାନଚିତ୍ର ବିକଶିତ କରିଥିଲେ । ସେ କୋଭିଡ-19 ର ଦ୍ରୁତ ବିସ୍ତାରର ପ୍ରକୃତ କାରଣ ଜାଣିବା ପାଇଁ ସ୍କ୍ରିପସ୍ ରିସର୍ଚ୍ଚ ଓ UCLA ର ବୈଜ୍ଞାନିକମାନଙ୍କ ସହ ଯୋଗଦେବାକୁ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ଏୟାରଲାଇନ୍ ଟ୍ରାଫିକର ଡାଟାବେସ୍, ବିଶ୍ବସ୍ତରୀୟ ପାଣିପାଗ ଢାଞ୍ଚା, ଜାତୀୟ ଜନସଂଖ୍ୟା ଓ ସଂକ୍ରମିତ ରୋଗୀଙ୍କ ଠାରୁ ଜିନୋମିକ୍ ତଥ୍ୟର ବୃହତ ଡାଟାବେସ୍ ନିର୍ମାଣ କରିବାକୁ ବୈଜ୍ଞାନିକ ଦଳ ଯୋଜନା କରୁଛନ୍ତି ।

ଅନଲାଇନ୍ ଭିଜୁଆଲାଇଜେସନ ଗଠନ କରିବା ଦ୍ବାରା ବିଶ୍ବର ନେତା ଓ ଜନତାଙ୍କୁ ଜଟିଳ ପ୍ରକ୍ରିୟାକୁ ବୁଝିବାକୁ ଚେଷ୍ଟା କରିବା ପାଇଁ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି । ଏହାସହ କୋଭିଡ-19କୁ ଭବିଷ୍ୟତରେ ବ୍ୟାପିବାରୁ ରୋକିବାରେ ଏହା ସହାୟକ ହେବ ।

ଏନେଇ ଲରେନ କହିଛନ୍ତି, ‘ ଏହି ପ୍ରୋଜେକ୍ଟ ସଂକ୍ରମଣର ବ୍ୟାପକତା ଜାଣିବାରେ ସାହାଯ୍ୟ କରିବ । ଏହାସହ ସଂକ୍ରମଣ କେତେ ଜଲଦି ବ୍ୟାପୁଛି ସେ ନେଇ ସଚେତନ କରିବ । ଜିନୋମିକ୍ସ, ଗତିଶୀଳତା, ଜଳବାୟୁ, ଜମି ବ୍ୟବହାର, ଜନସଂଖ୍ୟା ଓ ଏପିଡେମୋଲୋଜିକାଲ ତଥ୍ୟ ସହିତ ବିଭିନ୍ନ କାରଣକୁ ବିଶ୍ଲେଷଣ କରି କୋଭିଡ-19 ସଂକ୍ରମଣ ଓ ବିସ୍ତାର ବିପଦକୁ ବ୍ୟାଖ୍ୟା କରିବା ପାଇଁ ଆମେ ନୂତନ ପଦ୍ଧତି ବିକାଶ କରିବୁ ବୋଲି ଗାର୍ଡନର୍ କହିଛନ୍ତି।

ଏହି ପ୍ରକଳ୍ପ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ତରଫରୁ 1.3 ମିଲିୟନ୍ ଡଲାର ଅନୁଦାନ ହାସଲ କରିଛି ।

ABOUT THE AUTHOR

...view details