ଓଡିଶା

odisha

By

Published : Sep 2, 2020, 1:13 PM IST

ETV Bharat / bharat

ସିଆରପିଏଫ୍ ଏଏସଆଇଙ୍କ ଆତ୍ମହତ୍ୟା

ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ଅତିରିକ୍ତ ଜିଲ୍ଲା ଭଦରୱାଠାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ସହକାରୀ ସବ୍-ଇନ୍ସପେକ୍ଟର ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସିଆରପିଏଫ୍ ଏଏସଆଇଙ୍କ ଆତ୍ମହତ୍ୟା
ସିଆରପିଏଫ୍ ଏଏସଆଇଙ୍କ ଆତ୍ମହତ୍ୟା

ଜାମ୍ମୁ: ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ଅତିରିକ୍ତ ଜିଲ୍ଲା ଭଦରୱାଠାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ସହକାରୀ ସବ୍-ଇନ୍ସପେକ୍ଟର ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଅମୃତ ଭରଦ୍ବାଜ (52) ରାତି ସିଫ୍ଟ ପରେ କୋଟଲିରେ ଥିବା ବାଟାଲିଅନ ମୁଖ୍ୟାଳୟକୁ ଫେରିବା ପରେ ନିଜକୁ ଚାରି ରାଉଣ୍ଡ ଗୁଳି କରିଥିବା ଅଭିଯୋଗ ହୋଇଛି।

ଭଦରୱା ଏସପି ରାଜ ସିଂ ଗୌରିଆ କହିଛନ୍ତି, ‘ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର 33 ତମ ବାଟାଲିୟନର ଏଏସଆଇ ଅମୃତ ଭରଦ୍ବାଜ ନିଜ ସର୍ଭିସ୍ ରାଇଫଲ୍ ସାହାଯ୍ୟରେ ପୋଲିସ କମ୍ପ୍ଲେକ୍ସ ପରିସରରେ ଗୁଳି ଚଳାଇଛନ୍ତି । ତାଙ୍କୁ ପ୍ରଥମେ ଉପଜିଲ୍ଲା ଡାକ୍ତରଖାନା ଭଦପୱାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦରୱା ପୋଲିସ ଷ୍ଟେସନରେ ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଆରମ୍ଭ ହୋଇଛି ’ । ପୋଷ୍ଟମର୍ଟମ ଓ କୋଭିଡ-19 ପରୀକ୍ଷଣ ପରେ ମୃତଦେହ CRPFକୁ ହସ୍ତାନ୍ତର କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details